ବାଲିପାଟଣା, ୭/୦୭ : କେନ୍ଦ୍ର ତଥା ରାଜ୍ୟର ବିଭିନ୍ନ ଅଂଚଳରେ ଜଳ ଜୀବିକା ମିଶନ ଦ୍ୱାରା ପ୍ରତ୍ୟେକ ଘରେ ଘରେ ସ୍ୱଚ୍ଛ ପିଇବା ପାଣି ୨୦୨୪ ସୁଦ୍ଧା ଯୋଗାଇ ଦେବାପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଶୁଭ କାର୍ଯ୍ୟକୁ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢ଼ାଲୀ ଆମେଣାକୁଦ ଗ୍ରାମପଚାଂୟତର ତିହୁଡି ଠାରେ ଥିବା ଜଳ ପକଳ୍ପକୁ କରୋନା କଟକଣା ନିୟମ ଭିତରେ ଶୁଭ ଉଦ୍ଘାଟନ କରିଛନ୍ତି ।
ବାଲିପାଟଣା ବ୍ଲକ ଓ ବାଲିଅନ୍ତା ବ୍ଲକ ପ୍ରତ୍ୟେକ ଗ୍ରାମପଚାଂୟତର ଘରକୁ ଘର ପାଇପ୍ ପାଣିଦ୍ୱାରା ସ୍ୱଚ୍ଛ ପାନୀୟ ଜଳ ପ୍ରର୍ଯ୍ୟାୟ କ୍ରମେ ୨୦୨୪ ସୁଧା ପ୍ରତ୍ୟେକ ପରିବାରୁକୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମୁଖ୍ୟ ଅତିଥି ଭାବରେ ଉଦ୍ଘାଟନ କରିବା ବେଳେ ବିଧାୟକ ପ୍ରତିନିଧି ପ୍ରତାପ କେଶରୀ ନାୟକ, ସ୍ଥାନୀୟ ସରପଚଂ ମମତା ଭୋଇ, ସମିତି ସଭ୍ୟା ବାବୁରାମ ମଲ୍ଲିକ, ବିଭାଗୀୟ ଦୁଇ ଯନ୍ତ୍ରୀ ସୁନିଲ କୁମାର ପାଢ଼ୀ, ସୁନିତା ମହାନ୍ତି ଓ ବହୁ ସାଧାରଣ ଜନତା ଯୋଗ ଦେଇଥିଲେ ।
ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାଣି ଟ୍ୟାପ୍ ପ୍ରଦାନ କରାଗଲା ପରେ ପମ୍ପ ହାଉସର ଶେଷ ଗାଁ ପର୍ଯ୍ୟନ୍ତ ପାଣି ଯାଇପାରୁ ନାହିଁ । କାରଣ ଲୋକେ ମଟର ଲଗାଇ ନିଜନିଜ ଘରେ ଥିବା ପାଣି ଟାଙ୍କି ଭରୁଥିବାରୁ ପାଣି ଶେଷ ମୁଣ୍ଡ ଯାଏ ପହଁଚୁ ନାହିଁ । ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ମଟର ଲଗାଯିବା ସହ ଉନ୍ନତ ମାନର ପାଇପ୍ ବିଛା ଗଲେ ସରକାରଙ୍କ ଏଭଳି ଏକ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଜଣା ପଡିଛି ।
