ଭଦ୍ରକ : ଲଗାତରଭାବେ ଗତ ୩ଦିନ ମଧ୍ୟରେ ଭଦ୍ରକ ଜିଲ୍ଲାରେ ୪୦ଜଣ(୧୨, ୧୬ ଓ ୧୨)ଜଣ କରୋନା ପଜେଟିଭ୍ ଚିହ୍ନଟ ହେଲେଣି । ଆଜି ଜିଲ୍ଲାରୁ ଆଜି ପୁଣି ନୂତନ ଆକ୍ରାନ୍ତ ୧୨ ଜଣ ଚିିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୨୭୪ରେ ପହଞ୍ଚିଛି । ଆଜି ଆଉ ୩ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ପରେ ଜିଲ୍ଳାର ସ୍ଥିତି ମୋଟ ନମୁନା ପରୀକ୍ଷା ୧୦ହଜାର ୫୪୭, ମୋଟ ଆକ୍ରାନ୍ତ ୨୭୪, ସୁସ୍ଥ ୨୩୧, ଆକଫିଭ ୪୩ ।
ଆକ୍ରାନ୍ତମାନେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ବ୍ରହ୍ମପୁର, ସମ୍ ହସ୍ପିଟାଲ, କଟକ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟର ଓ ଲୋକାଲ କେଶ୍ ରହିଛନ୍ତି । ଚିହ୍ନଟମାନେ ପୁରୁଣାବଜାର ଏନ୍.ସି ହାଇସ୍କୁଲ ଟିଏମ୍ସି, ପୌରପାଳିକାର ୧୭ ନଂ ଓ୍ୱାର୍ଡୟୁସୁଫ୍ପୁର, ଓ୍ୱାର୍ଡ ନଂ ୨ ବରାଳପୋଖରୀ, ପୁରୁଣାବଜାର ଡି.ଏନ. ଗାର୍ଲସ୍ ହାଇସ୍କୁଲ, ଛଡାକ ମହଲା, ବାଗୁରାଇ, ନୂଆପୋଖରୀ ଗ୍ରାମର । ବାସୁଦେବପୁର ବ୍ଲକର ମାଟିପକା ହାଇସ୍କୁଲ, ଚୂଡାମଣି ଗ୍ରାମର ।
ଭଦ୍ରକ ବ୍ଲକର ସାବରଂଗ ଗ୍ରାମ ଏବଂ ଧାମନଗର ଏନ୍ଏସିରୁ ବାହାରିଛନ୍ତି । ଜିଲ୍ଳାପାଳ ଡ. ଜ୍ଞାନ ଦାସ ଭଦ୍ରକ ପୌରପାଳିକାର ୨୭ ନଂ ଓ୍ୱାର୍ଡ ଓ ଏନ୍.ସି. ହାଇସ୍କୁଲ, ଡି.ଏନ୍. ବାଳିକା ଉଚ୍ଚ ବିଦ୍ୟାଳୟ, ୧୭ ନଂ ଓ୍ୱାର୍ଡ ଓୟୁସୁପ୍ପୁର ଗ୍ରାମ, ୨ନଂ ଓ୍ୱାର୍ଡ ଓ ବରାଳପୋଖରୀ ଏବଂ ନୂଆପୋଖରୀ ଗ୍ରାମ, ୨୨ ନଂ ଓ୍ୱାର୍ଡ ଓ ଛଡାକ ମହଲା , ୮ ନଂ ଓ୍ୱାର୍ଡ ଓ ବାଗୁରାଇ ଗ୍ରାମକୁ କଣ୍ଟେନମେଣ୍ଟଜୋନ ଘୋଷଣା କରିଥିବା ବେଳେ ୨୭, ୨୨, ୩, ୨୧, ୯ ନମ୍ବର ଓ୍ୱାର୍ଡକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି । ସେହିଭଳି ଭଦ୍ରକ ବ୍ଲକର ସାବରଙ୍ଗ ଗ୍ରାମ କଣ୍ଟେନମେଣ୍ଟ ଓ ସାବରଙ୍ଗ ପଞ୍ଚାୟତ ବଫରଜୋନ ।
ବାସୁଦେବପୁର ବ୍ଲକର ମାଟିପକା ହାଇସ୍କୁଲ, ଚୂଡାମଣି ଗ୍ରାମ କଣ୍ଟେନମେଣ୍ଟଜୋନ ଏବଂ ଲକ୍ଷ୍ମୀଦାସପୁର ପଞ୍ଚାୟତ ଓ ଚୂଡାମଣି ପଞ୍ଚାୟତ ବଫରଜୋନ । ଧାମନଗର ଏନ୍ଏସିରେ ଓ୍ୱାର୍ଡ ନଂ ୧୦ କଣ୍ଟେନମେଣ୍ଟଜୋନ, ଓ୍ୱାର୍ଡ ନଂ ୯ ବଫରଜୋନ ଭାବେ କଟକଣା ଅନ୍ତର୍ଭୁକ୍ତ ହୋଇଛି । ଅନ୍ୟପକ୍ଷରେ ଭଦ୍ରକ ବ୍ଲକର କାଉପୁର ନୋଡାଲ ସ୍କୁଲ ଏବଂ ଧାମନଗର ଏନ୍ଏସିର ଧାମନଗର ହାଇସ୍କୁଲରୁ କଣ୍ଟେନମେଣ୍ଟ, କାଉପୁର ପଞ୍ଚାୟତରୁ ବଫରଜୋନ କଟକଣା ପ୍ରତ୍ୟାହୃତ କରାଯାଇଛି ।