ଭଦ୍ରକ :ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିବା ଯୋଗୁଁ ପ୍ରଶାସନ ସପ୍ତାହାନ୍ତ ସର୍ଟଡାଉନରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବଭଳି ଶନିବାର ଓ ରବିବାରକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁଣି ସର୍ଟଡାଉନ ଆଜି ଘୋଷଣା କରିଛନ୍ତି ।
ଚଳିତ ମାସ ପ୍ରାରମ୍ଭରୁ ଭଦ୍ରକ ଜିଲ୍ଳା ଅନ୍ଲକ୍-୨କୁ ଆସିବା ପରେ ରାଜ୍ୟସ୍ତରରେ ସପ୍ତାହାନ୍ତ ଶଟଡାଉନ କଟକଣାମୁକ୍ତ ହୋଇଥିଲା । ତେବେ ଜିଲ୍ଲାର ସଂକ୍ରମଣ ସ୍ଥିତିକୁ ଦେଖି ପ୍ରଶାସନ କେବଳ ସପ୍ତାହର ରବିବାର ଦିନ ସର୍ଟଡାଉନ ଘୋଷଣା କରିଥିଲେ ।
ଗତ ୩ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୧୬ ଓ ୧୨ ଲଗାତରଭାବେ ଚିହ୍ନଟ ହେବା ପରେ ପୁଣି ଶନିବାରକୁ ସର୍ଟଡାଉନ ଜିଲ୍ଲାପାଳ ଜ୍ଞାନ ଦାସ ପୁଣି ଶନିବାରକୁ ଶଟଡାଉନ ଘୋଷଣା କରିଛନ୍ତି । ଫଳରେ ଜୁଲାଇ ମାସ ୩୧ ପଯର୍ୟନ୍ତ ସବୁ ଶନିବାର ଭୋର ୫ଟାରୁ ଓ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଶଟଡାଉନ କଟକଣା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ସର୍ଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକ ତଥା ଜୁରୁରୀ ସେବା ଜାରି ରହିବ ।