ପଟ୍ଟାମୁଣ୍ଡାଇ ତା୫.୭- ଶିକ୍ଷକମାନଙ୍କର ଦୀର୍ଘଦିନର ସମସ୍ୟା ସମାଧାନ କରିଥିବାରୁ ପଟ୍ଟାମୁଣ୍ଡାଇର ବିଭିନ୍ନ ଶିକ୍ଷକ ସଂଘ ଜିଲ୍ଲା ପରିଷଦ ଶିକ୍ଷକ ସଂଘ, କନିଷ୍ଠ ଶିକ୍ଷକ ସଂଘ, ଏକ୍ସକ୍ୟାଡର ଶିକ୍ଷକ ସଂଘ, ବିଇଡି ଶିକ୍ଷକ ସଂଘ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭ୍ରମରବର ବିଶ୍ୱାଳଙ୍କୁ ଓ ବିଆରସିସି ଗୋବିନ୍ଦ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ବ୍ଲକ ଶିକ୍ଷାଧିକାରୀ ଗତ ଜୁନ ୩୦ ତାରିଖରେ ଶିକ୍ଷକମାନଙ୍କ ସେବା ପୁସ୍ତିକା ଉନ୍ମୋଚନ, ଏନପିଏସ ଫର୍ମ ପୂରଣ କରାଯାଇ ରେକିଷ୍ଟ୍ରେସନ ପାଇଁ ପ୍ରେରଣ, ଗ୍ରେଡେସନ ତାଲିକା ସଂଶୋଧନ, ଅବସର ଶିକ୍ଷକଙ୍କୁ ଅବସର ଦିନ ପେନସନ ପ୍ରଦାନ, ଦୁଇଟି ବ୍ଲକ ଦାୟିତ୍ୱରେ ଥାଇ ମଧ୍ୟ ମାସର ଶେଷ ଦିବସରେ ଶିକ୍ଷକମାନଙ୍କୁ ଦରମା ପ୍ରଦାନ ଆଦି କାର୍ଯ୍ୟ ପାଇଁ ଶିକ୍ଷକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହିତ କନିଷ୍ଠ ଶିକ୍ଷକମାନଙ୍କୁ ମାସର ଶେଷ ତାରିଖରେ ଦରମା ପ୍ରଦାନ ଓ ଏକ୍ସକ୍ୟାଡର ଶିକ୍ଷକମାନଙ୍କ ସେବା ପୁସ୍ତିକା ଶିଘ୍ର ଉନ୍ମୋଚନ ପାଇଁ ଅନୁରୋଧ କରାଯାଇଥିଲା । ଶେଷରେ ଜିଲ୍ଲାପରିଷଦ ଶିକ୍ଷକସଂଘର ନୂତନ ମୁଖ୍ୟ ଉପଦେଷ୍ଟା ବିଧୁଭୂଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।