Odisha news

ବାରିପଦା : ଉତ୍ତର ଓଡିଶା ଜାତୀୟ ସେବାଯୋଜନା ମୁକ୍ତଶାଖା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

0

ବାରିପଦା : ଅନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ଜାତୀୟ ସେବାଯୋଜନା ମୁକ୍ତଶାଖା ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷାକରି ଗୃହରେ ରହି ସ୍ୱେଚ୍ଛାସେବୀ ବୃନ୍ଦ ମହାମାରୀ କରୋନା ସତ୍ତ୍ୱେ ଯୋଗ ଦିବସକୁ ପାଳନ କରିଛନ୍ତି । ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ସୁସ୍ଥ ଓ ମାନସିକ ଶାନ୍ତିମିଳେ ତେଣୁ ଏକ ସୁସ୍ଥ ଶରୀର ହିଁ ସୁସ୍ଥ ସମାଜର ବାହକ ହୋଇଥାଏ ଏହିତତ୍ତ୍ୱକୁ ବୁଝି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ଓ କୁଳସଚୀବ ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପ୍ରେରଣା ଓ ପରାମର୍ଶ କ୍ରମେ ସ୍ୱେଚ୍ଛାସେବୀବୃନ୍ଦ ଗୃହରେ ରହି ଯୋଗହିଁ ଜୀବନକୁ ମୂଳମନ୍ତ୍ର ଭାବେ ପାଳନ କରିଛନ୍ତି ।

ଜାତୀୟ ସେବାଯୋଜନା ସଂଯୋଜିକା ଉଷା ଶତପଥୀ ଓ ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ମୃତିରଞ୍ଜନ ଦାସ ସ୍ୱେଚ୍ଛାସେବୀମାନଙ୍କୁ ୟୋଗା ଫର ହେଲଥ, ୟୋଗା ଏଟ ହୋମ ଅର୍ଥାତ୍ ଶରୀର ପାଇଁ ଯୋଗ କରନ୍ତୁ ଓ ଘରେ ରୁହନ୍ତୁ ସମ୍ପର୍କରେ ବିଶେଷ ସୂଚନା ଦେବାସହିତ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ ।

ଏପରିକି ଜାତୀୟ ସେବାଯୋଜନା ମୁକ୍ତଶାଖା ଅଧିକାରୀ ଡଃ ସ୍ମୃତିରଞ୍ଜନ ଦାସ ନିଜ ଘରେ ରହି ପରିବାରବର୍ଗ ସହିତ ଅନ୍ତର୍ଜାତୀୟ ଯୋଗଦିବସକୁ ପାଳନ କରିଛନ୍ତି । ସ୍ୱେଚ୍ଛାସେବୀ ବୃନ୍ଦ ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଅନଲାଇନ୍ କୁଇଜ୍ରେ ଅଂଶଗ୍ରହଣ କରି ପ୍ରମାଣପତ୍ର ପ୍ରାପ୍ତ ହୋଇଛନ୍ତି । ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗ ଉପସଚୀବ ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ, ଓଡିଶା ଆଞ୍ଚଳିକ ଜତୀୟ ସେବା ଯୋଜନା ନିଦେ୍ର୍ଦଶକ ସାଇଦା ନାୟକ, ଓଡିଶା ଆଞ୍ଚଳିକ ଜାତୀୟ ସେବାଯୋଜନା ଯୁବ ଅଧିକାରୀ ପିୟୁଷ ପ୍ରାଜ୍ଞାପେ ଓ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଶୁଭେନ୍ଦୁ ଦାସ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply