Odisha news

ଆନ୍ତର୍ଜାତୀୟ ଯୋଗ ଦିବସ ଓ ପିତୃତ୍ୱ ଦିବସ ପାଳିତ

0

ମାହାଙ୍ଗା: ମାହାଙ୍ଗା ବ୍ଲକର ଭେଡା ରାମକୃଷ୍ଣପୁର ଠାରେ ଥିବା ଆତ୍ମାରାମ ଦାସଙ୍କ ସିଦ୍ଧି ସାଧନା ପୀଠ ଜଟାଧାରୀ ଆଶ୍ରମରେ ଆନ୍ତର୍ଜାତୀୟ ଯୋଗ ଦିବସ ଓ ପିତୃତ୍ୱ ଦିବସ ପାଳନ ଅବସରରେ ଯୋଗ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୋଭିଡ-୧୯ ନିୟମକୁ ପାଳନ କରାଯାଇ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ୍ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ଷଢଙ୍ଗୀଙ୍କ ପତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆତ୍ମାରାମ୍ ସଂସ୍କୃତ ବିଦ୍ୟାଳୟ ତଥା ଜଟାଧାରୀ ଆଶ୍ରମର ସମସ୍ତ ଅନ୍ତେବାସୀ ଅଭିଭାବକ, ଅଭିଭାବିକା, ମହନ୍ତ, ଶିକ୍ଷକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଅଂଶ ଗ୍ରହଣ କରିଥିଲେ ।

ବିଶିଷ୍ଟ ସାହିତି୍ୟକ କବି ବିଶ୍ୱେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନବ କଲ୍ୟାଣରେ ଭାରତୀୟ ଯୋଗ ବିଜ୍ଞାନର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଆଶ୍ରମର ମୁଖ୍ୟ ପରି·ଳକ ଅଶୋକ କୁମାର ସାମଲ, ମହନ୍ତ ଗୁରୁରାମ ପ୍ରସାଦ ଦାସ, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଯୋଗ ଶିବିର ପରି·ଳନାରେ ସହଯୋଗ କରିଥିଲେ । ଶିାବିତ୍ ସୁକାନ୍ତ ଚନ୍ଦ୍ର ଢେଙ୍ଗୀ, ହୃଷିକେଶ ବେହେରା, ସଂଗଠକ ତଥା ସମାଜସେବୀ ପନ୍ନଙ୍ଗ ଭୂଷଣ ଦାସ, ସମାଜସେବୀ ଶାରତ କୁମାର ମହାପାତ୍ର, ପ୍ରଦୀପ୍ତ ସିଂ. ବିଜ୍ଞାନ ଶିକ୍ଷକ ସୁକଦେବ ବରାଳ, ମାହାଙ୍ଗାର ପି.ଏସ୍ ମେମ୍ବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।

ଏହି ଅବସରରେ ଜିଲ୍ଳା ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ଢେଙ୍ଗୀ ଓ ସାଥୀମାନଙ୍କ ଦ୍ୱାରା ଆଶ୍ରମ ପରିସରରେ ଚମ୍ବା, ବଉଳ, ଅଁଳା, ବେଲ ଓ ନଅର କୋଳି ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା । ଶିକ୍ଷକ ଚିତରଞ୍ଜନ ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply