ବାସୁଦେବପୁର:ବାସୁଦେବପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟ ପରିସର ମଧ୍ୟରେ ବାସୁଦେବପୁର କରୋନା ଯୋଦ୍ଧାମାନଙ୍କୁ ଆୟୋଜିତ ସଭାରେ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ସଭାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଡଃ. ବସନ୍ତ କୁମାର ଦାସ,ସମ୍ପାଦକ ରାଜେନ୍ଦ୍ର ନାରାୟଣ ମାହୁନ୍ତ,ଉପଦେଷ୍ଟା ନକୁଳ କୁମାର ବାରିକ,ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ ।
ସମ୍ବର୍ଦ୍ଧନା ସଭାରେ ବାସୁଦେବପୁର ତହସିଲିଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ବିଡିଓ ପ୍ରଣବ କୁମାର ବେହେରା,ଥାନା ଅଧିକାରିଣୀ ମଧୁମିତା ମହାନ୍ତି,ଅତିରିକ୍ତ ତହାସିଲିଦାର ବିଶ୍ୱନାଥ ବିଶ୍ୱାଳ,ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନା,ଭାରପ୍ରାପ୍ତ ଅଗ୍ନିସେବା ଅଧିକାରୀ ନିତ୍ୟାନନ୍ଦ ବେହେରା ପ୍ରମୁଖଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।