ଅନୁଷ୍କା ଶର୍ମା ଡିଜିଟାଲ ଡେବୁ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଆମାଜନ୍ ପ୍ରାଇମ୍ ସିରିଜ୍ ‘ପାତାଳ ଲୋକ’ ରିଲିଜ୍ କରିଛନ୍ତି । ସୋସାଲ ମିଡିଆରେ ଏହାର ପ୍ରଶଂସା ହେଉଛି । ଅପରପକ୍ଷରେ ଏଥିରେ ଏକ ଜାତିସୂଚକ ଶବ୍ଦର ବ୍ୟବହାରକୁ ନେଇ ଅନୁଷ୍କାଙ୍କୁ ଓକିଲ ନୋଟିସ୍ ପଠାଯାଇଛି । ଲୟର ଗିଲï ମେମ୍ବର ବିରେନ ସିଂହ ଗୁରୁଙ୍ଗ ସିରିଜ୍ ପ୍ରଡୁ୍ୟସର୍ ଅନୁଷ୍କାଙ୍କୁ ଏହି ନୋଟିସ୍ ପଠାଇଛନ୍ତି । ସେ କହିଛନ୍ତି, ଏଥିରେ ଥିବା ଏକ ଶବ୍ଦ ନେପାଳୀମାନଙ୍କ ପାଇଁ ଅପମାନଜନମ । ଲିଗାଲ୍ ନୋଟିସ୍ ପଠାଇ ଅନୁଷ୍କାଙ୍କୁ ଭୁଲ ମାଗିବାକୁ କହିବା ସହ ବିରେନ୍ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିଛନ୍ତି । ‘ପାତାଳ ଲୋକ’ରେ ଜୟଦୀପ ଅହଲାୱତ, ନିରଜ କାବି, ଅଭିଷେକ ବାନାର୍ଜୀ, ସ୍ୱସ୍ତିକା ମୁଖାର୍ଜୀ, ନିହାରିକା, ଜଗଜିତ୍ଙ୍କ ଆଦି କଳାକାର କାମ କରିଛନ୍ତି । ସିରିଜ୍ ଲେଖିଛନ୍ତି ସୁଦୀପ ଶର୍ମା ।