ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି। ଟିକେଟ୍ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏହି ୫ଟି ବଗି ସଂଯୋଗ କରାଯାଇଛି। 3AC ୪ଟି ବଗି ଓ 2AC ଗୋଟିଏ ବଗି ସଂଯୋଗ କରାଯାଇଛି। ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ ହେବ।
ଲକ୍ଡାଉନ୍ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିଛି ଟ୍ରେନ୍। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ଏଥିଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରିଥିଲା।