Odisha news

ସ୍ୱାସ୍ଥ୍ୟ ବିଭାଗର ୭ଜଣିଆ ଟିମ୍ ଗଂଜାମରେ ପହଞ୍ଚି ସ୍ଥିତି ପରଖିଲେ

0

ଛତ୍ରପୁର ୧୦/୫ : କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାର ସ୍ଥିତି ପରିଖିବା ନିମନ୍ତେ ରବିବାର ଦୁଇଦିନିଆ ଗସ୍ତରେ ସ୍ୱାସ୍ଥ୍ୟ ବିଭାଗର ସାତଜଣିଆ ଟିମ୍ ପହଞ୍ଚି ଛନ୍ତି । ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଡବ୍ଲୁଏଚ୍ଓର ପ୍ରତିନିଧି, ଆଇସିଏମଆର ଓ ଆରଏମ୍ ଆରସିର ପ୍ରତିନିଧୀ ସାମିଲ ଅଛନ୍ତି । ସୁରତ ଫେରନ୍ତାଙ୍କ ପାଇଁ ଗଂଜାମରେ କରୋନା ମାଡି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହି ସାତ ଜଣିଆ ଟିମ୍ କରୋନା ସ୍ଥିତି ନିରୀକ୍ଷଣ କରିବା ସହ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି ।

ପ୍ରଥମେ ଏହି ଟିମ୍ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ହେଉଥିବାରୁ ଜିଲ୍ାରେ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ବୁଲି ଦେଖିବା ସହ ବଡମେଡିକାଲ କୁ ଯାଇ ସମୀକ୍ଷା କରିଥିଲେ । ଏମକେସିଜି କରୋନା ଆସୋଲୋସିଅନ ୱାର୍ଡ ତଳେ ଥିବା କାଜ୍ୟୁଆଲଟି କୁ ଘୁଞ୍ଚାଇ ସେଠାରେ କୋଭିଡ କେୟାର ସ୍ଥାପନ କରାଯାଇଥିବାବେଳେ ବିକଳ୍ପ ଭାବେ ହିଂଜିଳିକାଟୁ , ପାରାଳା ମହାରାଜା ଇଞ୍ଜିନିୟରିଂ କଲେଜ , ଭଂଜନଗର ଛାତ୍ରୀ ନିବାସ, ଛତ୍ରପୁର ସାଇନ୍ସ କଲେଜ କୁ ଚିହ୍ନଟ କରାଯାଇଥିବାର ଜଣାପଡିଛି ।

ପରେ ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟର ବୁଲି ଭିତ୍ତି ଭୂମିର ତଦାରଖ କରିବା ସହ କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକରେ ରହୁଥିବା ଅନ୍ତେବାସୀ ମାନେ ସମଦୂରତା ରେ ରହୁଛନ୍ତି କି ନାହିଁ । ସେମାନଙ୍କୁ ନୀୟମିତ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି କି ନାହିଁ ଏହାର ମଧ୍ୟ ଅନୁଧ୍ୟାନ କରିଥିଲେ । କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ହେଉଛି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ । ଏହି ସଂକ୍ରାନ୍ତରେ ଗଂଜାମ ଜିଲ୍ଲାପାଳ ଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯେ ଗଂଜାମ କୁ ପହଞ୍ଚିଥିବା ସ୍ୱାସ୍ଥ୍ୟ ଟିମ୍ କ୍ୱାରେଣ୍ଟାଇନ ସେଣ୍ଟର ଗୁଡିକରେ ସ୍ଥିତି ଅନୁଧ୍ୟାନ କରିବା ପରେ ଆମକୁ ଯାହା ଫିଡବେଗ ତେବେ ତାହା ଅନୁସାରେ କାର୍ଯ୍ୟ କରିବୁ ।

Leave A Reply