Odisha news

ରଣପୁର : କାର୍ଯ୍ୟ ଦିବସରେ ବନ ବିଭାଗ ଅଫିସ୍ ରେ ତାଲା

0

ରଣପୁର : ସାରା ଭାରତ କରୋନା ଭାଇରସ୍ ର ପ୍ରକୋପରେ ଲକ୍ଡାଉନ୍ ଥିଲାବେଳେ ଏହି ଭାଇରସ୍ କବଳରୁ ସାଧାରଣ ଲୋକଙ୍କୁ ରକ୍ଷା ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ନିଦେ୍ର୍ଧଶ କ୍ରମେ ପୋଲିସ୍,ଡାକ୍ତର, ଅଗ୍ନିଶମ ବିଭାଗ, ସଫେଇ କର୍ମଚାରୀ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରି ରାଜ୍ୟ ସରକାର ଓ ସାଧାରଣ ଜନତାଙ୍କ ପ୍ରଶଂସାର ପାତ୍ର ହୋଇଥିଲା ବେଳେ ଆଉ କିଛି ବିଭାଗ ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ନିଜ କର୍ତ୍ତବ୍ୟରୁ ଓହରି ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ସେବାରୁ ବଂଚିତ କରୁଥିବା ଜଣା ପଡିଛି ।

ସେହିଭଳି ଏକ ଘଟଣା ରଣପୁର ଅଂଚଳରେ ଦେଖିବାକୁ ମିଳିଛି । ଆଜି କାର୍ଯ୍ୟ ଦିବସରେ ମଧ୍ୟ ରଣପୁର ବନ ବିଭାଗର ଅଫିସ୍ଟି ତାଲା ପଡିଥିବା ସହ କୌଣସି ଷ୍ଟାଫ୍ ଉପସ୍ଥିତ ନଥିଲେ । ଯାହାକୁ ନେଇ ରଣପୁର ବନାଂଚଳର ମୁଖ୍ୟ ଅଫିସ୍ ତାଲା ପଡିଥିବା ଯୋଗୁଁ ଏହି ବନ ବିଭାଗ ଅଫିସ୍ କୁ ବହୁ ଦୁର ଦରାନ୍ତରରୁ ଯଥା ବନ୍ଧମୁଣ୍ଡା, କୋଟଗୋଡ, ସୁର୍କାବାଡି, ବେତୁଲି, ଶଙ୍ଖଯୋଡି ଆଦି ଯାଗା ରଣପୁର ବନାଂଚଳ ଅଫିସ୍ ଠାରୁ ପ୍ରାୟ ୩୦କି.ମି ରୁ ଉଦ୍ଧ୍ୱର୍ ହୋଇଥିଲା ବେଳେ ଲୋକ ଆସି ବନ ବିଭାଗ ଅଫିସ୍ ତାଲା ପଡିଥିବା ଯୋଗୁଁ ବନ ଅଧିକାରୀଙ୍କୁ ନପାଇ ନିରାଶ ହୋଇ ଫେରି ଯାଇଥିବା ଜଣା ପଡିଛି ।

ଏ ନେଇ ରଣପୁର ବନ ବିଭାଗ ଅଧିକାରିଙ୍କୁ ପଚାରିବାରୁ ସେ ଖୋର୍ଦ୍ଧା ଡି.ଏଫ୍.ଓ ଅଫିସ୍ କୁ ଅଫିସ୍ କାର୍ଯ୍ୟରେ ଯାଇଥିବା କହିଥିବା ବେଳେ ଖୋର୍ଦ୍ଧ ବନଖଣ୍ଡ ଡି.ଏଫ୍.ଓଙ୍କୁ ପଚାରିବାରୁ ରଣପୁର ବନ ଅଧିକାରୀ ଡିୁ୍ୟଟିରେ ଯାଇଥିବା ପ୍ରକାଶ କରିଥିଲେ । ଏହି ୨ଜଣ ଅଧିକାରୀଙ୍କ କଥା ୨ ପ୍ରକାର ହୋଇଥିବା ବେଳେ ସାଧାରଣ ଲୋକ ବନ ବିଭାଗ ଅଫିସ୍ କୁ ଯାଇ ନିରାଶ ହୋଇ ଫେରିଥିବା ଜଣା ପଡିଛି ।

Govt
Leave A Reply