Odisha news

କାଳବୈଶାଖ କରାଳରୂପରେ ଚାଷୀ ପରିବାର ବେହାଲ,କ୍ଷେତରେ ଭାସୁଛି ଡାଳୁଅ ଧାନ , ତଦନ୍ତ କରି ଚୁପ ବସିଛି ବିଭାଗ

0

ଦଶରଥପୁର : କାଳବୈଶାଖ କରାଳରୂପରେ ଚାଷୀ ପରିବାର ବେହାଲ । ଲଗାତାର ୪ ଦିନ ବର୍ଷ, ପବନ ହେବପରେ ଶହଶହ ଏକର ଡାଳୁଅ ଧାନ ବ୍ୟାପକ ନଷ୍ଟ ହୋଇଥିବା ଦେଖାଯାଇଛି । ପ୍ରବଳ ବର୍ଷା ହେବାରୁ କିଆରିରେ ଭାସୁଛି ଡାଳୁଅ ଧାନ । ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି ଦଶରଥପୁର ବ୍ଲକରେ । ଏହି ବ୍ଲକରେ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସୂଚନାମୁତାବକ ବ୍ଲକରେ ଚଳିତ ବର୍ଷ ପ୍ରାୟ ୧୨ ଶହ ହେକ୍ଟରରୁ ଅଧିକ ଡାଳୁଅ ଧାନ ଚାଷ କରାଯାଇଥିଲା । ନିଜାମପୁର, କୟାଁ, କମାରଡିହି, ଖାନନଗର ପଂଚାୟତର ଚାଷୀମାନେ ଡାଳୁଅ ଧାନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବାବେଳେ ଅଂଶିକ ଭାବେ ଦୁଦୁରାଅନ୍ତା, ଦତ୍ତପୁର, ଥାଲକୁଡି, ଶୁଶୁଆ, ବିରିପଟା, ଜାଫରପୁର, ଥାଲକୁଡି, ଅକରପଡା ଆଦି ପଂଚାୟତରେ ନିର୍ଭର କରିଥାନ୍ତି । ମାତ୍ର ଚଳିତ ବର୍ଷ ଅମଳ ପୂର୍ବରୁ ୪ ଦିନ ହେବ କାଳବୈଶାଖୀରେ ପାଚିଲା ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୨୨ ତାରିଖରୁ ଅଳ୍ପ ବର୍ଷା ଆରମ୍ଭ ହୋଇଥିବାବେଳେ ୨୩ ଠାରୁ ଲଗାତାର ୪ ଦିନ ପ୍ରବଳ ବର୍ଷ ଏବଂ ପବନ ହୋଇଛି । ଏଣୁ ଜମିରେ ପାଚିଥିବା ଧାନ ଶୋଇ ପାଣିରେ ବୁଡିରହିଥିବାବେଳେ କଟାଯାଇଥିବା ଧାନ କ୍ଷେତରେ ପାଣିରେ ବୁଡି ଗଜା ମାରିଲାଣି । ଚାଷୀମାନେ କ୍ଷେତରେ ଭାସୁଥିବା ଧାନ ବିଲମୁଣ୍ଡରେ ଶୁଖାଉଥିବା, ରାସ୍ତା ଉପରେ ମ୍ମ ଧାନ ବିଡା ଶୁଖାଉଥିବା ଦେଖିବାକୁ ମିଳିଛି । ମାତ୍ର କିଛି ସମୟ ବିତିଛିକି ନାହିଁ ପୁଣି ଆଜି ୨ ଘଣ୍ଟା ଢାଳିଛି । ବହୁ ସ୍ଥାନରେ ୨/୩ ଦିନ ହେବ ବୁଡିରହିଥିବା ଧାନ ଗଜା ମାରିଲାଣି । ଫଳରେ ଚଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ବହୁ ଚାଷୀ ଭାଗରେ ଚାଷ କରିଥିବାବେଳେ ଚାଷପାଇଁ ଋଣ ମ୍ମ ଆଣିଛନ୍ତି । ମାତ୍ର ଏଭଳି ନଷ୍ଟ ହେଉଯାଉଥିବା ଦେଖି ମୁଣ୍ଡରେ ହାତ ଦଇ ବଶିଛି ଚାଷୀ ପରିବାର । ପ୍ରକାଶଥାଉକି ଚଳିତ ବର୍ଷ କୟାଁ, ଖାନନଗର, କମାରଡିହି ପଂଚାୟତରେମ ହାଲକ୍ଷ୍ମୀ ଧାନ କରିଥିବା ଚାଷୀମାନେ ଗଳା ମହିଁଷା ରୋଗ ପୋକ ଆକ୍ରାନ୍ତରେ ଶହଶହ ହେକ୍ଟର ଧାନ ଅଗାଡି ହୋଇଯାଇଛି । ଯାହାକି ଅଭିଯୋଗ ପରେ କୃଷି ବିଭାଗ ତଦନ୍ତ କରିଛନ୍ତି । ପରେ ଏଥିରୁ ମୁକୁଳିନଥିବାବେଳେ କାଳବୈଶାଖିର କରାଳ ରୂପରେ ବଂଚିପାରିନାହିଁ ଏହି ଚାଷୀମାନେ । ମାତ୍ର ବାରମ୍ବାର ସମ୍ବାଦରେ ଖବର ପ୍ରକାଶ ପାଇବା ପରେ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଚୁପ ବସିଥିବା ଅଭିଯୋଗ ହୋଇଛି । ଏଣୁ ପ୍ରଶାସନ ପକ୍ଷରୁ ଅବିଳମ୍ବେ ତଦନ୍ତ କରାଯାଇ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ଏବଂ ଭାଗଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି ।

Leave A Reply