Odisha news

ଅକ୍ଷିତୃତିୟାରେ କୃଷି ମନ୍ତ୍ରୀଙ୍କ ଅକ୍ଷିମୁଠି ଅନୁକୂଳ

0

ନୟାଗଡ଼ : ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ପବିତ୍ର ଅକ୍ଷୟ ତୃତିୟାରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ନୟାଗଡ଼ ଠାରେ ମନ୍ତ୍ରୀ ସାହୁ ଅକ୍ଷିମୁଠି ପୂଜା ଅନୁକୁଳ କରିଥିଲେ । କୋଭିଡ଼ -୧୯ ର ପ୍ରଭାବରେ ସରକାରୀ ଭାବେ ଯଦିଓ ସେଭିଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନ ଥିଲା, ତଥାପି ମନ୍ତ୍ରୀ ସାହୁ ଅକ୍ଷୟ ତୃତିୟା ପରମ୍ପରା ଅନୁଯାୟୀ ଅକ୍ଷିମୁଠି ଓ ଚାଷ ଅନୁକୁଳ କରିଥିଲେ । ଏହି ଅବସରରେ ଚାଷିଙ୍କୁ ଶୁଭ କାମନା ଜଣାଇ କରୋନା ପ୍ରଭାବରେ ଚାଷିମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଚାଷ କାର୍ଯ୍ୟରେ ନିଯୋଜିତ ରହିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଅକ୍ଷୟ ତୃତିୟାର ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଓ ମାଟି ମାଆଙ୍କୁ ପୂଜା କରି ଚାଷିପୁଅ ଆଗାମୀ ବର୍ଷର ଚାଷ କାର୍ଯ୍ୟ ଶୁଭାରମ୍ଭ କରିଥାଏ । ଏହି ଦିନ ଅକ୍ଷିମୂଠି ଅନୁକୁଳ କରି ଚଳିତ ବର୍ଷ ଉର୍କୃଷ୍ଠ ଫସଲ କାମନା କରିଥାଏ । ସେହି ପରମ୍ପରା ଅନୁଯାୟୀ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଅକ୍ଷୟ ତୃତିୟା ତିଥିରେ ଅକ୍ଷିମୁଠି ଅନୁକୁଳ ସହ ଚାଷ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ନୟାଗଡ଼ ସ୍ଥିତ ଦଳୀୟ ଆବାସିକ କାର୍ଯ୍ୟାଳୟ ନିକଟରେ ମନ୍ତ୍ରୀ ଅକ୍ଷିମୁଠି ଅନୁକୁଳ କରିଥିଲେ । ଚାଷ ଜମିରେ ମାଟି ମାଆ ଓ ମହାଲକ୍ଷ୍ମୀଙ୍କୁ ପୂଜା କରି ନଡ଼ିଆ ଭାଙ୍ଗି କୃଷି ମନ୍ତ୍ରୀ ସାହୁ ହଳ ଲଙ୍ଗଳରେ ଚାଷ କରିଥିଲେ । ସ୍ଥାନୀୟ ବିଜୁ ଜନତା ଦଳର କୃଷକ ନେତା ଜଗନ୍ନାଥ ପଣ୍ଡାଙ୍କ ସହ ଅନ୍ୟ କେତେକ ମନ୍ତ୍ରୀଙ୍କୁ ଏଥିରେ ସହଯୋଗ କରିଥିଲେ । କରୋନା ରୋଗ ସଂକ୍ରାନ୍ତିୟ ସରକାରୀ ନିୟମ ପାଳନ ସହ ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଚାଷିଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ।

Leave A Reply