ସିଙ୍ଗଲ୍ ବ୍ୟକ୍ତି ଚାହିଁଲେ ଅନଲାଇନ୍ରୁ ପାର୍ଟନର୍ ଅର୍ଡର କରିପାରିବେ । ଟିଣ୍ଡର୍, ବମ୍ବଲ୍ ଓ ହିଞ୍ଜ୍ ଡେଟିଂ ସାଇଟ୍ରୁ ପ୍ରେରିତ ହୋଇ ଫେବୃଆରୀ ୪ରେ ‘ଆମାଜନ୍ ଡେଟିଂ’ ନାମରେ ଏକ େୱବ୍ସାଇଟ୍ ଲଞ୍ଚ୍ ହୋଇଛି । ଏହା ‘ଆମାଜନ୍’ େୱବ୍ସାଇଟ୍ ଭଳି ଦେଖାଯାଉଛି । ରିୟଲିଷ୍ଟିକ୍ ଲେ-ଆଉଟ୍ ଯୋଗୁଁ ଏହା ସମ୍ପୂର୍ଣ୍ଣ ଆମାଜନ୍େ ୱବ୍ସାଇଟ୍ ସହ ମେଳ ଖାଉଛି । ଏଥିରେ ଥିବା ଇମେଜ୍ ଗୁଡ଼ିକ ଦେଖିବାକୁ ସତ ମଣିଷ ଭଳି । ସେଥିରେ ପ୍ରାଇସ୍ ଟାଗ୍, ରେଟିଂ, ଉଚ୍ଚତା, ପସନ୍ଦ, ନାପସନ୍ଦ ଆଦି ବିଷୟରେ ଉଲ୍ଲେଖ ରହିଛି । ତେବେ ଏହା ଏକ ମିଛେ ୱବସାଇଟ୍ ହୋଇଥିବାରୁ ତା’ ମାଧ୍ୟମରେ ଅର୍ଡର କରି ହେବ ନାହିଁ । ପୁଣି ସବୁବେଳେ ଏଇ ଡେଟିଂ ସାଇଟ୍ ଆଉଟ୍ ଅଫ୍ ଷ୍ଟକ୍ ଦେଖାଉଛି ! ବାସ୍ତବିକ ଏଡି େୱବସାଇଟ୍ ଆମାଜନ୍ର ଏକ ପାରୋଡି ।