Odisha news

ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ୨ ଗିରଫ ଓ ବନ୍ଧୁକ ଜବତ

0

ଯାଜପୁରସଦର- ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଯାଜପୁର ଟାଉନ୍ ପୁଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଓ ଗୋଟିଏ ଦେଶୀ ବନ୍ଧୁକକୁ ଜବତ କରିଛି । ସୁଚନା ଅନୁସାରେ ଗତ ୨୨ ତାରିଖ ଦିନ ମଙ୍ଗଳପୁର ଥାନା ଅନ୍ତର୍ଗତ ମନ୍ଦାରଖଣ୍ଡ ଗ୍ରାମର ଖାରବେଳ ଦେବତା ଯାଜପୁର ଟାଉନ୍ ଥାନା ଅଧୀନ ବାମଦେବ ପୁରକୁ ଆସୁଥିବା ବେଳେ ସିନ୍ଦୁରାଇ ମୁହଁ ଠାରେ ୨ଜଣ ଯୁବକ ଖାରବେଳ ଙ୍କୁ ଅଟକାଇ ମାଡ ମାରିବା ସହ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ସେ ଟାଉନ୍ ଥାନାରେ ବାମଦେବପୁର ଗ୍ରାମର ରାଜୀବ କୁମାର ଦଳାଇ(୪୦) ଓ ସୁରେଶ କୁମାର ପଣ୍ଡା(୨୩)ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ନିଦେ୍ର୍ଦଶ କ୍ରମେ ପୁଲିସ୍ କେସ୍ ନଂ ୪୦/୨୦ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି । ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

Govt
Leave A Reply