ଭୁବନେଶ୍ୱର, ୨୮ ନଭେମ୍ବର ୨୦୨୬ : ଡିସେମ୍ବର ମାସରେ ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୁଟ୍ରେ ଚଳାଚଳ କରୁଥିବା ଅନେକ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯିବ। ଏହି ପଦକ୍ଷେପ ଦ୍ୱାରା ଅଧିକ ଯାତ୍ରୀଙ୍କୁ ଯାତ୍ରା ସୁବିଧା ଯୋଗାଇବା ସହ ଅତିରିକ୍ତ ବର୍ଥ ଉପଲବ୍ଧ କରାଇବା ଏବଂ ଏହି ସମୟରେ ଯାତ୍ରୀ ଭିଡ଼ ହ୍ରାସ କରିବାରେ ସହାୟତା ମିଳିବ।
ଅତିରିକ୍ତ କୋଚ୍ ସଂଯୋଜନର ବିବରଣୀ ନିମ୍ନରେ ଦିଆଗଲା:
• ଟ୍ରେନ ନମ୍ବର ୧୮୪୬୩ ଭୁବନେଶ୍ୱର–କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସରେ ଡିସେମ୍ବର ୧ ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ। ଫେରିବା ମାର୍ଗରେ ଟ୍ରେନ ନମ୍ବର ୧୮୪୬୪ କେଏସଆର ବେଙ୍ଗାଲୁରୁ–ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସରେ ଡିସେମ୍ବର ୨, ୨୦୨୬ ରୁ ଜାନୁଆରୀ ୧, ୨୦୨୭ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।
• ସେହିପରି, ଟ୍ରେନ ନମ୍ବର ୧୨୮୧୯ ଭୁବନେଶ୍ୱର–ଆନନ୍ଦ ବିହାର ଟର୍ମିନାଲ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଡିସେମ୍ବର ୨ ରୁ ଡିସେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ। ଅନ୍ୟପକ୍ଷରେ, ଟ୍ରେନ ନମ୍ବର ୧୨୮୨୦ ଆନନ୍ଦ ବିହାର ଟର୍ମିନାଲ–ଭୁବନେଶ୍ୱର ଏକ୍ସପ୍ରେସରେ ଡିସେମ୍ବର ୪, ୨୦୨୬ ରୁ ଜାନୁଆରୀ ୧, ୨୦୨୭ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।
• ଟ୍ରେନ ନମ୍ବର ୨୨୮୭୯ ଭୁବନେଶ୍ୱର–ତିରୁପତି ସୁପରଫାଷ୍ଟ ଏକ୍ସପ୍ରେସରେ ଡିସେମ୍ବର ୫ ରୁ ଡିସେମ୍ବର ୨୬, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ। ଫେରନ୍ତା ଦିଗରେ ଟ୍ରେନ ନମ୍ବର ୨୨୮୮୦ ତିରୁପତି–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସରେ ଡିସେମ୍ବର ୬ ରୁ ଡିସେମ୍ବର ୨୭, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।
• ଟ୍ରେନ ନମ୍ବର ୧୮୩୦୩ ସମ୍ବଲପୁର–ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଏବଂ ଟ୍ରେନ ନମ୍ବର ୧୮୩୦୪ ପୁରୀ–ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ଡିସେମ୍ବର ୧ ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ଟ୍ରେନରେ ଗୋଟିଏ ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସଂଯୋଗ କରାଯିବ।
• ଟ୍ରେନ ନମ୍ବର ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ଡିସେମ୍ବର ୧ ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ। ସେହିପରି, ଟ୍ରେନ ନମ୍ବର ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସରେ ଡିସେମ୍ବର ୨, ୨୦୨୬ ରୁ ଜାନୁଆରୀ ୧, ୨୦୨୭ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।
• ସେହିପରି, ଟ୍ରେନ ନମ୍ବର ୨୦୮୩୨ ସମ୍ବଲପୁର–ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସରେ ଡିସେମ୍ବର ୧ ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ ସଂଯୋଗ କରାଯିବ। ଫେରନ୍ତା ଦିଗରେ ଟ୍ରେନ ନମ୍ବର ୨୦୮୩୧ ଶାଲିମାର–ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସରେ ଡିସେମ୍ବର ୨, ୨୦୨୬ ରୁ ଜାନୁଆରୀ ୧, ୨୦୨୭ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ ସଂଯୋଗ କରାଯିବ।
• ଏହା ବ୍ୟତୀତ, ଟ୍ରେନ ନମ୍ବର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ଇଣ୍ଟରସିଟି ଏକ୍ସପ୍ରେସରେ ଡିସେମ୍ବର ୧ ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ଦୁଇଟି ଅତିରିକ୍ତ ସାଧାରଣ ଅଣସଂରକ୍ଷିତ କୋଚ୍ ସଂଯୋଗ କରାଯିବ। ଅନ୍ୟପକ୍ଷରେ, ଟ୍ରେନ ନମ୍ବର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଡିସେମ୍ବର ୨, ୨୦୨୬ ରୁ ଜାନୁଆରୀ ୧, ୨୦୨୭ ପର୍ଯ୍ୟନ୍ତ ଦୁଇଟି ଅତିରିକ୍ତ ସାଧାରଣ ଅଣସଂରକ୍ଷିତ କୋଚ୍ ସଂଯୋଗ କରାଯିବ।
ଏହି ଟ୍ରେନଗୁଡ଼ିକରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଜନ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ଅଧିକ ଆସନ ଓ ବର୍ଥ ଉପଲବ୍ଧ ହେବା ସହ ଏହି ସମୟରେ ବୃଦ୍ଧି ପାଉଥିବା ଯାତ୍ରା ଚାହିଦା ପୂରଣ କରିବାରେ ସହାୟତା ମିଳିବ।
