Odisha news

ଲଣ୍ଡାଗାଁରୁ ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ :  ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

0
 (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁଠାରୁ ଅନାଗୁଲ ପର୍ଯ୍ୟନ୍ତ ଆଜିଠାରୁ ‘ମୋ ବସ୍’ ସେବାର ଶୁଭାରମ୍ଭ ହୋଇଛି। ଏହି ବସ୍ ସେବା ଆରମ୍ଭ ହେବା ଫଳରେ ଦୀର୍ଘଦିନ ଧରି ଉନ୍ନତ ଯାତାୟାତ ସୁବିଧା ଅପେକ୍ଷାରେ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି। ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ନିୟମିତ ଯାତାୟାତ, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟବସାୟ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ଯିବାଆସିବା କ୍ଷେତ୍ରରେ ଏହି ବସ୍ ସେବା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ଦୁର୍ଗମ ଅଞ୍ଚଳରେ ସାଧାରଣ ପରିବହନ ସୁବିଧାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହେବାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ଦେଖାଯାଉଛି। ଏହି ନୂତନ ବସ୍ ସେବା ଆରମ୍ଭ ହେବା ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝି, ମାନ୍ୟବର ସାଂସଦ  ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ୟ ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି। ତେବେ କେବଳ ବସ୍ ସେବା ଆରମ୍ଭ ନୁହେଁ, ଏହାର ନିୟମିତ ପରିଚାଳନା ଓ ଯାତ୍ରୀଙ୍କ ପାଇଁ ସୁବିଧାଜନକ ସେବା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ସେବା ଆଗାମୀ ଦିନରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେବା ସହ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
Ad2
Leave A Reply