Odisha news

୨୦୦୪ ରେ ସୋନିଆ ଗାନ୍ଧୀ କାହିଁକି ଏଡାଇ ଦେଇଥିଲେ ପ୍ରଧାନମନ୍ତ୍ରୀ ପଦବୀ ? ନଭେମ୍ବର ୧୦ ରେ ଦୁନିଆ ପଢିବ ସୋନିଆଙ୍କ ଅକୁହା କାହାଣୀ  

0

ଭାରତୀୟ ରାଜନୀତି ରେ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ, କଂଗ୍ରେସ ସଂସଦୀୟ ଦଳର ଚେୟାର ପର୍ସନ ସୋନିଆ ଗାନ୍ଧୀ ବର୍ତମାନ ନିଜ ଜୀବନର କାହାଣୀ ଦୁନିଆ ଆଗରେ ଖୋଲିବାକୁ ଯାଉଛନ୍ତି, ଅନେକ ବର୍ଷରୁ ନିଜ ଜୀବନ କାହାଣୀ ଓ ବ୍ୟଥାକୁ ସାର୍ବଜନିକ ଚର୍ଚା ଠାରୁ ଦୂରରେ ରଖିଥିବା ୭୯ ବର୍ଷୀୟ ସୋନିଆ ଗାନ୍ଧୀ ଙ୍କ ସ୍ମରଣ ରେ ” ବିଳଂଗିଙ୍ଗ : ଏ ଜର୍ଣ୍ଣି ଅଫ ଲଭ ” ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରକାଶିତ ହେବାକୁ ଯାଉଛି l

ବିଶ୍ୱ ସ୍ତରରେ କ୍ଷତି ପ୍ରାପ୍ତ କରିଥିବା ପବ୍ଲିସର ଆର୍ଲଫ୍ରେଡ଼ ଏ . ନୋଫ ଙ୍କ ଦ୍ୱାରା ଏହା ଅଫିସିଆଲି ଘୋଷଣା କରାଯାଇଛି, ଏହି ପୁସ୍ତକ ଟି ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇଟାଲୀ ର ଗୋଟିଏ ଶାନ୍ତ ସ୍ଥାନରୁ ବାହାରି ଭାରତର ସବୁଠୁ ରାଜନୈତିକ ପରିବାର ଓ ପରେ ଦେଶର ମୁଖ୍ୟଧାରା ର ରାଜନୀତି ର କେନ୍ଦ୍ର ରେ ପହଂଚି ଥିବା ଜଣେ ମହିଳାଙ୍କ ଅଦମ୍ୟ ଯାତ୍ରା ର ମାନବୀୟ ଓ ଭାବନାତ୍ମକ ସ୍ଵଭାଵ ଅଟେ l

ସୋନିଆ ଗାନ୍ଧୀ ନୋଫ ଙ୍କ ଦ୍ୱାରା ନିଜର ମନର କଥା ଦୁନିଆ ଆଗରେ ରଖିଛନ୍ତି, ଏହି ପୁସ୍ତକଟି କେବଳ ରାଜନୈତିକ ଗତିବିଧି ଉପରେ ପରିବେଷ୍ଟିତ ନୁହେଁ, ଏହା ସେହି ରାଜନୈତିକ ପରିବାରର ସତ୍ୟତା ଓ ମାନବିକତା ପାଇଁ ସମର୍ପିତ ଅଟେ, ଯେଉଁ ବ୍ୟକ୍ତିତ୍ୱ ଲୋକେ ଗୋଟିଏ ଶସ୍ତା ଚଷମା ରେ ସବୁବେଳେ ଦେଖିଥାଆନ୍ତି l ସୋନିଆ ଏହି ପୁସ୍ତକରେ କହିଛନ୍ତି ପାଠକ ମାନଙ୍କୁ ମୋର ଐତିହାସିକ, ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ର ଗୋଟିଏ ଜୀବନକୁ ଜାଣିବାକୁ ଦେବ, ଏବଂ ଭାରତ ଭଳି ଗୋଟିଏ ସୁନ୍ଦର ଦେଶରେ ଯେଉଁଠି ମୁଁ ମୋ ଜୀବନର ୬୦ ବର୍ଷ ବିତାଇ ସାରିଛି ସେଠାକାର ଲୋକେ ମୋ ଜୀବନ ବିଷୟରେ ନିହାତି ଜାଣିବା ଜରୁରୀ l

କେମ୍ବ୍ରିଜ ରେ ସାକ୍ଷାତକାର ଓ ଇଟାଲୀ ରୁ ଭାରତ –

ଏହି ପୁସ୍ତକରେ ଇଟାଲୀରେ ସୋନିଆ ଗାନ୍ଧୀ ବିତାଇଥିବା ନିଜ ପିଲାଦିନ ଓ ପରେ ଇଂଲଣ୍ଡ ର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ସମୟରେ ତାଙ୍କର ସାକ୍ଷାତ ରାଜୀବ ଗାନ୍ଧୀ ଙ୍କ ସହିତ କିପରି ହୋଇଥିଲା, ସେହି ସମୟ ଗୋଟିଏ ଏଭଳି ସମୟ ଥିଲା ଯେତେବେଳେ ରାଜୀବ ଗାନ୍ଧୀ ରାଜନୀତି କୁ ଆସିବାକୁ ଚାହୁଁଥିଲେ, ସେତେବେଳେ ସୋନିଆ ଭାରତ ଭଳି ଗୋଟିଏ ବିଶାଳ ଦେଶରେ କେବେ ରାଜନୀତିର ଚର୍ଚିତ ଚେହେରା ହେବେ ବୋଲି ମଧ୍ୟ ସ୍ବପ୍ନ ଦେଖିନଥିଲେ l ଏହି ପୁସ୍ତକରେ ଆରମ୍ଭରୁ କିପରି ଭାରତରେ ରହିବାକୁ ଚାହୁଁ ନଥିଲେ ଏବଂ ପରେ ଭାରତ କିପରି ତାଙ୍କ ଘର ହୋଇ ଯାଇଥିଲା ତାହା ଦର୍ଶା ଯାଇଛି l

ପରାରମ୍ଭକ ଜୀବନରେ ରାଜୀବ ଗାନ୍ଧୀ ଗୋଟିଏ ଘରୋଇ ବିମାନ କମ୍ପାନୀ ରେ ପାଇଲଟ ଭାବରେ କାର୍ଯ୍ୟ ରତ ଥିବା ସମୟ ରେ ସୋନିଆ ଙ୍କୁ ବିବାହ କରିଥିଲେ, ଏବଂ କିପରି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ସହିତ ତାଙ୍କ ସମ୍ପର୍କ ଥିଲା ତାହା ମଧ୍ୟ ଖୁବ ସୁନ୍ଦର ଭାବରେ ଉପସ୍ଥାପନ ହୋଇଛି, ୨୧ ମଇ ୧୯୯୧ ରେ LTTE ଙ୍କ ଦ୍ୱାରା ରାଜୀବ ଗାନ୍ଧୀ ଙ୍କ ହତ୍ୟା ପରେ ଜୀବନର ମୋଡ଼ କିପରି ବଦଳି ଯାଇଥିଲା ତାହା ମଧ୍ୟ ଲେଖା ଯାଇଛି l

ରାଜୀବ ଗାନ୍ଧୀଙ୍କ ନିଧନ ପରେ ପାର୍ଟି ପକ୍ଷରୁ ଲଗାତାର ଅନୁରୋଧ ପରେ କଂଗ୍ରେସ କୁ ଆସିଥିଲେ ସୋନିଆ, ୨୦୦୪ ରେ ଯେତେବେଳେ କଂଗ୍ରେସ ପାର୍ଟି ବହୁମତ ରେ ବିଜୟ ହାସଲ କରି ସଂଯୁକ୍ତ ପ୍ରଗତିଶୀଳ ଗଠ ବନ୍ଧନ ରେ ସରକାର ଗଢିଲା ଏବଂ ସୋନିଆଙ୍କୁ ଦେଶର ପ୍ରଧାନମନ୍ତ୍ରୀ ପଦବୀ ରେ ବସାଇବାର ଚର୍ଚା ହେଲା ସେତେବେଳେ ସୋନିଆ ନିଜ ଅନ୍ତରାତ୍ମା ମନାକରୁଛି କହି ଦୁରେଇ ଯାଇଥିଲେ ଓ ମନମୋହନ ସିଂ ଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିଥିଲେ l

ନଭେମ୍ବର ୧୦ ତାରିଖରେ ପ୍ରକାଶିତ ହେବାକୁ ଯାଉଥିବା ଏହି ପୁସ୍ତକ ସାରା ବିଶ୍ୱ ପାଇଁ ଗୋଟିଏ ପ୍ରେରଣା ହେବ ବୋଲି ଆଶା କରାଯାଉଛି l

Nalco
Leave A Reply