Odisha news

ପାକିସ୍ଥାନରେ ରାଜନୀତିରେ ହେବାକୁ ଯାଉଛି ପରିବର୍ତ୍ତନ ,  ଆସୀମ ମୁନୀର ହୋଇପାରନ୍ତି ଦେଶର ରାଷ୍ଟ୍ରପତି !

0

ପାକିସ୍ଥାନର ସୋସିଆଲ ମିଡ଼ିଆ ବିଶେଷ ଭାବରେ X ରେ ଦେଶରେ ରାଜନୀତିରେ ଖୁବ ଶୀଘ୍ର ଆଉଥରେ ପରିବର୍ତ୍ତନ ହେବାକୁ ଯାଉଥିବାର ଦାବି କରାଯାଉଛି, ଏହି ଦାବି ନିକଟରେ ହୋଇଥିବା ଗୋଟିଏ ହାଇ ପ୍ରୋଫାଇଲ ମିଟିଂ ଆଧାରରେ କୁହାଯାଉଛି, ଇମ୍ରାନ ଖାନ ଙ୍କ ପରେ ସହବାଜ ସରିଫଂ ଶାସନକୁ ଆସିବା ମଧ୍ୟ ହଠାତ ହୋଇଥିଲା l ବର୍ତମାନ ଚାଲିଥିବା ପାକିସ୍ଥାନ ଅଧିକୃତ କାଶ୍ମୀର ଓ ବଲୁଚିସ୍ଥାନ ଘଟଣା ଆଧାରରେ ଏହି ଦାବି କରାଯାଉଛି l

ପାକିସ୍ଥାନ ଅଧିକୃତ କାଶ୍ମୀର କଥିତ ବିଧାନସଭା ମତଦାନ ମଧ୍ୟରେ ୨ମାସ ହେଲାଣି ଜଳୁଛି, ପାକ ଆର୍ମି ଓ ପୋଲିସ ର ଫାଇରିଂ ରେ ୪୦ ରୁ ଉର୍ଧ୍ଵ ପ୍ରଦର୍ଶନକାରୀ ମୃତ୍ୟୁବରଣ କରିସାରିଛନ୍ତି, ଏବଂ ଏହି ଘଟଣାକୁ ନେଇ ଲାହୋର ରୁ ନେଇ କରାଚୀ ପର୍ଯ୍ୟନ୍ତ ପ୍ରଦର୍ଶନ ଜାରି ରହିଛି l

ବଲୁଚିସ୍ଥାନ ରେ ପାକିସ୍ଥାନ ଆର୍ମି ର ଶହଶହ ସୈନ୍ୟ ମୃତ୍ୟୁବରଣ କରି ସାରିଛନ୍ତି, ଏବଂ ଅନେକ ଚେକ ପୋଷ୍ଟ ଉପରେ ବଲୁଚିସ୍ଥାନ ଲିବରେସନ ଆର୍ମି କବ୍ଜା କରିଛି l ଆର୍ଥିକ ରାଜଧାନୀ କରାଚୀ ରେ ଗ୍ୟାଙ୍ଗ ୱାର ଆରମ୍ଭ ହୋଇଯାଇଛି l

ପାକିସ୍ଥାନରେ ଚାଲିଥିବା ଅସ୍ଥିରତା ପଛରେ  ପାକିସ୍ଥାନ ଆର୍ମି କେଉଁ ଖେଳ ଖେଳିବା ଜାରି ରଖିଛି , ଏହାକୁ ନେଇ ଇସ୍ଲାମଵାଦ ରାଜନୀତି ରେ ହଲଚଲ ଦ୍ରୁତ ଗତିରେ ହେବାକୁ ଲାଗିଛି l ପାକିସ୍ଥାନ ରେ ଯେଉଁ ଅପ୍ରତ୍ୟାଶିତ ଘଟଣାକ୍ରମ ର ଆକଳନ କରାଯାଉଛି , ତା ଅନୁସାରେ ଅସୀମ ମୁନୀର ପାକିସ୍ଥାନ ର ରାଷ୍ଟ୍ରପତି ଭାବରେ  ଆସିଫ ଅଲ୍ଲୀ ଜରଦାରୀ ଙ୍କ ସ୍ଥାନ ନେଇପାରନ୍ତି ଏବଂ ମହସୀନ ନକବି ପ୍ରଧାନମନ୍ତ୍ରୀ ହୋଇପାରନ୍ତି l

ଗୋଟିଏ ଭିଡିଓ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ଥାନ ଗୁଇନ୍ଦା ବିଭାଗ ISI , ପାକିସ୍ଥାନ ସେନା ଓ ପୋଲିସ ର ବଡ଼ ଅଧିକାରୀ ମାନଙ୍କର ଗୋଟିଏ ବୈଠକ ହୋଇଥିଲା, ଏବଂ ଏହା ଅନୁସାରେ ପାକିସ୍ଥାନ ସେନା ଆଉଥରେ ଦେଶରେ ରାଜନୀତି ପରିବର୍ତ୍ତନ କରିବାର ପ୍ରସ୍ତୁତି ରେ ରହିଛି, କିନ୍ତୁ ଏହାକୁ ନେଇ କୌଣସି ଅଫିସିଆଲ ତଥ୍ୟ ସାମ୍ନାକୁ ଆସିନାହିଁ l

ଯେତେବେଳେ ଇମ୍ରାନ ଗାଦିଚ୍ୟୁତ ହୋଇଥିଲେ ସେତେବେଳେ ଆମେରିକା ମିଡ଼ିଆ ଆଉଟଲେଟ ଡ୍ରପ ସାଇଡ ନିୟୁଜ ର ଗୋଟିଏ ରିପୋର୍ଟ ଆସିଥିଲା, ସେଥିରେ କୁହାଯାଇଥିଲା ଯେ ଇମ୍ରାନ କେବଳ ଅବିଶ୍ୱାସ ପ୍ରସ୍ତାବ ପାଇଁ ଗାଦିଚ୍ୟୁତ ହୋଇ ନାହାନ୍ତି, ଏହାପଛରେ ଆମେରିକା ର ଷଡଯନ୍ତ୍ର ଓ ପାକିସ୍ଥାନ ସେନାର ସହଯୋଗ ରହିଛି l ଇମ୍ରାନ ଙ୍କ ରୁଷ ଗସ୍ତ କରିଥିଲେ ୨୪ ଫେବୃଆରୀ ୨୦୨୨ ରେ, ସେହିଦିନ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ଇମ୍ରାନ ଙ୍କ ରୁଷ ଗସ୍ତକୁ ନେଇ ଆମେରିକା ଅସନ୍ତୁଷ୍ଟ ଥିଲା l  ଆମେରିକା ଚାହୁଁଥିଲା ଇମ୍ରାନ ଖୋଲାଖୋଲି ରୁଷ ର ଆଲୋଚନା କରନ୍ତୁ l କିନ୍ତୁ ତାହା ହେଲାନାହିଁ, ମାର୍ଚ୍ଚ ୭ ୨୦୨୨ ରେ ଆମେରିକାରେ ପାକିସ୍ଥାନ ର ତତ୍କାଳୀନ ରାଜଦୂତ ମାଜିଡ ଖାଁ ଓ ଆମେରିକା ବିଦେଶମନ୍ତ୍ରୀ ଙ୍କ ମଧ୍ୟରେ ଗୋଟିଏ ମିଟିଂ ହୋଇଥିଲା, ଆମେରିକା ବିଦେଶମନ୍ତ୍ରୀ କହିଥିଲେ ଯଦି ଇମ୍ରାନ ଅବିଶ୍ୱାସ ପ୍ରସ୍ତାବ ରୁ ହଟି ଯାଆନ୍ତି ତେବେ ଆମେରିକା ସବୁକିଛି କ୍ଷମା କରିଦେବ, ଏହାର ୩୩ ଦିନ ପରେ ଏପ୍ରିଲ ୯ ୨୦୨୨ ରେ ଇମ୍ରାନ ସରକାର ଭାଙ୍ଗି ଯାଇଥିଲା l

Nalco
Leave A Reply