Odisha news

ପରାଧୀନ ଭାରତ ଉପରେ ଚାଲିଲା ଇଂଲଣ୍ଡ ମହାରାଣୀଙ୍କ ଶାସନ

0

୧୮୫୭ ରେ ସିପାହୀ ବିଦ୍ରୋହ ସମୟରେ ମଙ୍ଗଳ ପାଣ୍ଡେ ଙ୍କୁ ଫାସୀ ଖୁଣ୍ଟରେ ଚଢ଼ାଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ, ଏହାପରେ ଭାରତୀୟ ଙ୍କ ମନରେ ତେଜିଲା ଆକ୍ରୋଶ, ଏବଂ ଏହି ଆକ୍ରୋଶ ଝାନସୀ , ଦିଲ୍ଲୀ, ବିହାର ରେ କ୍ରାନ୍ତି ଆଣିଥିଲା, ଏବଂ ରାଣୀ ଲକ୍ଷ୍ମୀବାଇ, ବାହାଦୁରଶାହା ଜାଫର, ନାନା ସାହେବ ଙ୍କ କ୍ରାନ୍ତୀରେ ଭୂମିକା ଦିଲ୍ଲୀରୁ ଇଂରେଜ ଙ୍କୁ ବିତାଡିତ କରିଥିଲା l

ଏହାପରେ ଇଷ୍ଟଇଣ୍ଡିଆ କମ୍ପାନୀ ଇଂଲଣ୍ଡ ରୁ ସେନା ଆଣିଥିଲା, ଏବଂ ସେପ୍ଟେମ୍ବର ୧୮୫୭ ରେ ଇଂରେଜ ଆଉଥରେ ଦିଲ୍ଲୀ ଉପରେ କବ୍ଜା କରିଥିଲେ, ମାର୍ଚ୍ଚ ୧୮୫୮ ରେ ଲଖନଉ, ଏବଂ ଜୁନ ମାସରେ ଝାନ୍ସୀ ଉପରେ ଆଉଥରେ କବ୍ଜା କରିବା ପାଇଁ ଅଣ୍ଟା ଭିଡ଼ିଲେ  ଇଂରେଜ, ବ୍ରିଟିଶ ସଂସଦ ରେ ଗୋଟିଏ ନିୟମ ପାରିତ ହୋଇ ଭାରତର ଶାସନ ଡୋର ଇଂଲଣ୍ଡ ମହାରାଣୀଙ୍କ ହାତରେ ଦେଲା l

ବ୍ରିଟିଶ ମନ୍ତ୍ରୀମଣ୍ଡଳ ସଦସ୍ୟ ଙ୍କୁ ଭାରତର ମନ୍ତ୍ରୀ କରାଗଲା, ଏବଂ ଇଣ୍ଡିଆ କାଉନସିଲ ର ନିର୍ମାଣ ହେଲା, ଇଂରେଜ ସରକାର ସିଧାସଳଖ ଭାରତ ଉପରେ ଶାସନ କଲେ l ଯେତେବେଳେ ଅଖଣ୍ଡ ଭାରତରେ ବ୍ରିଟିଶ ଶାସନ ଲାଗୁ ହେଲା ସେତେବେଳେ ବର୍ତମାନ ର ଭାରତ, ପାକିସ୍ଥାନ, ବଙ୍ଗଳାଦେଶ, ଆଫଗାନିସ୍ଥାନ ଓ ବର୍ମା ତା ଅଧୀନରେ ଥିଲେ,ଏବଂ ଗୋଆ ରେ ପର୍ତ୍ତୁଗାଲ ଶାସନ ଓ ପୁଡୁଚେରୀ ରେ ଫ୍ରେଞ୍ଚ ଶାସନ ଥିଲା l ବ୍ରିଟିଶ ଶାସନ ଆସିବା ମାତ୍ରକେ ଉପକୂଳବର୍ତ୍ତୀ ରାଜ୍ୟ ମାଡ୍ରାସ, ବମ୍ବେ, କଲିକତା ରେ ବଡ଼ ବଡ଼ ଶିକ୍ଷାକେନ୍ଦ୍ର ନିର୍ମାଣ ହେଲା ଓ ଏଠାରେ ସମ୍ଭ୍ରାନ୍ତ ଭାରତୀୟ ପରିବାରର ପିଲାମାନେ ପଢିଲେ l

ଏବଂ ୧୮୮୫ ରେ ରିଟାୟାର ବ୍ରିଟିଶ ଅଧିକାରୀ ଏଲେନ ଅକ୍ଟୋବିୟନ ବ୍ରିଟିଶ ଶାସନ ଓ ଭାରତୀୟ ସିଭିଲ ସୋସାଇଟି ର ସମନ୍ୱୟ ରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଦଳର ନିର୍ମାଣ କଲେ, ଏହାର ଉଦେଶ୍ୟ ସ୍ୱାଧୀନତା ପାଇଁ ଲଢ଼ିବା ନୁହେଁ ବରଂ ବ୍ରିଟିଶ ଶାସନ ରେ ନିଜର ଭୂମିକା ରଖିବା ଥିଲା ଗୁରୁତ୍ୱପୂର୍ଣ l ଏହାପରେ ବିଭିନ୍ନ ସ୍ଥାନରେ ସ୍ୱାଧୀନତା ପାଇଁ ଭାରତୀୟ ମାନେ ସକ୍ରିୟ ହେଲେ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ସମାଜ ଭଳି ସଂଗଠନ ସ୍ୱାଧୀନତା ପାଇଁ ଯୋଗଦାନ କଲେ, ୧୯୦୫ ରେ ଲର୍ଡ଼ କର୍ଯନ ବଙ୍ଗ କୁ ବିଭାଜନ କଲେ, ଏବଂ ଭରତୀୟ କଂଗ୍ରେସ ଏହାକୁ ବିଭାଜନ ଓ ଶାସନ କରିବାର ନାମ ଦେଲା l ବଙ୍ଗରୁ ରାଷ୍ଟ୍ରବାଦ ର ପ୍ରଚଣ୍ଡ ଧାରା ସହିତ ବନ୍ଦେ ମାତରମ କଂଗ୍ରେସ ର ରାଷ୍ଟ୍ରୀୟ ସଂଗୀତ ହେଲା l
ବଙ୍ଗରେ ବିଦେଶୀ କପଡା ପୋଡାଜଳା ଗଲା, ଏବଂ ସାରା ଦେଶରେ ବଙ୍ଗ ଭଙ୍ଗ ଆନ୍ଦୋଳନ ର ବିଭୀଷିକା ଜଳି ଉଠିଲା, ଏହି ବିଭୀଷିକା କାରଣରୁ ଦେଶରେ ଇଂରାଜୀ ଶିକ୍ଷାକୁ ନେଇ ବିରୋଧ ହେଲା,  ୧୯୦୬ ରେ ଢ଼ାକାରେ ଲିଗ ଏହି ଆନ୍ଦୋଳନ ରେ ଯୋଗଦାନ କଲା l ଠିକ ଏହି ସମୟରେ ମଦନ ମୋହନ ମାଲବ୍ୟ ୧୯୧୦ ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ର ସ୍ଥାପନା କଲେ l

ଏବଂ ଠିକ ଏତିକି ବେଳେ ୧୯୦୬ ରେ ବ୍ରିଟେନ ରେ ଇଲେକ୍ସନ ହେଲା ଓ ଲିବାରାଲ ପାର୍ଟି ଜିତିଲା ଓ ଭାରତ ପ୍ରତି ନଜରୀଆ ବଦଳିବାକୁ ଲାଗିଲା, ଭାରତୀୟ ମାନଙ୍କୁ ରାଜନୀତି ଓ ଶାସନ ରେ ଭାଗିଦାର ହେବାର ସୁଯୋଗ ମିଳିଲା l ୧୯୧୦ ବେଳକୁ ସୁପ୍ରିମ କାଉନସିଲ ରେ ଭାରତର ସଦସ୍ୟତା ବଢି ଗଲା ଏବଂ ଗୋପାଳ କୃଷ୍ଣ ଗୋଖଲେ ଙ୍କ ଭଳି ନେତା ସେଥିରେ ସାମିଲ ହେଲେ, କିନ୍ତୁ ଏହା ପୂର୍ବରୁ ୧୯୦୭ ରେ କଂଗ୍ରେସ ୨ଭାଗ ହୋଇ ଯାଇଥିଲା, ଗୋଟିଏ ଥିଲା ଗରମ ଦଳ ଆଉ ଗୋଟିଏ ଥିଲା ନରମ ଦଳ l ନରମ ଦଳ ସରକାର ଙ୍କ ସହିତ ରହି କାମ କରିବାକୁ ଚାହୁଁଥିଲା, ଏବଂ ଗରମ ଦଳରେ ଲାଲା ଲାଜପତ ରାୟ, ବାଲ ଗଙ୍ଗାଧର ତିଳକ ଓ ବିପିନ ଚନ୍ଦ୍ର ପାଲ ଙ୍କ ଦବଦବା ଥିଲା l

ବାଲ ଗଙ୍ଗାଧର ତିଳକ ପ୍ରଫୁଲ ଚାକୀ ଓ ଖୁଦିରାମ ବୋଷ ଙ୍କ ବୋମା ଆକ୍ରମଣ କୁ ସମର୍ଥନ କଲେ, ଏବଂ ତାଙ୍କୁ ବର୍ମା ଜେଲ କୁ ପଠାଇ ଦିଆଗଲା, ଏହାପରେ ବିପିନ ବିହାରୀ ଓ ଅରବିନ୍ଦ ଘୋଷ ସକ୍ରିୟ ରାଜନୀତି ରୁ ସନ୍ୟାସ ନେଇଗଲେ, ଏବଂ ଧୀରେ ଧୀରେ ଏହି ଉଗ୍ର ରାଷ୍ଟ୍ରବାଦୀ ଆନ୍ଦୋଳନ ମଧ୍ୟ ଦୁର୍ବଳ ହେବାକୁ ଲାଗିଲା, ୧୯୨୮ ରେ ଲାଲା ଲାଜପତ ରାୟ ଙ୍କର ଇଂରେଜ ଙ୍କ ଲାଠି ମାଡ଼ରେ ମୃତ୍ୟୁ ହୋଇଗଲା l

କ୍ରମଶଃ ….

Nalco
Leave A Reply