୧୯୨୮ରେ ଲାଲା ଲାଜପତ ରାୟଙ୍କ ମୃତ୍ୟୁ ପୂର୍ବରୁ ଲର୍ଡ଼ ହାଣ୍ଡିଗଜ ଗୋଟିଏ ମିଟିଂ ପାଇଁ ଦିନ ନିର୍ଘଣ୍ଟ କଲେ , କିନ୍ତୁ ମିଟିଂ ରେ କୌଣସି ବିଷୟରେ ଚର୍ଚା ନହୋଇ ବିଭାଜିତ ବଙ୍ଗ କୁ ଏକାଠି କରିଦେଲେ, କିନ୍ତୁ ବିହାର ଓ ଓଡିଶା କୁ ଅଲଗା କରି ନୂଆ ଅଞ୍ଚଳ କରିଦେଲେ, ଭାରତର ରାଜଧାନୀ ମଧ୍ୟ କଲିକତା ରୁ ଉଠି ଦିଲ୍ଲୀ ଚାଲିଗଲା, ମୁସ୍ଲିମ ଲିଗ ର ଦାବି ରେ କିଛି ସିଟ ମୁସଲମାନ ଙ୍କ ପାଇଁ ଆରକ୍ଷଣ ହୋଇ ରହିଲା l
୧୯୧୫ ରେ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକା ରୁ ଫେରି ଆସିଥିଲେ, ସେଠାରୁ ସେ ଅହିଂସା ଆନ୍ଦୋଳନ ର ପ୍ରେରଣା ପାଇ ଦେଶକୁ ପ୍ରତ୍ୟାରବର୍ତ୍ତନ କରିଥିଲେ, ଗୋପାଳକୃଷ୍ଣ ଗୋଖଲେ ଙ୍କ ପରାମର୍ଶ କ୍ରମେ ମହାତ୍ମାଗାନ୍ଧୀ ସାରା ଭାରତ ବର୍ଷର ଭ୍ରମଣ କଲେ, ଏହାପରେ ଗୁଜୁରାଟ ଚମ୍ପାରଣ ରୁ ସ୍ୱାଧୀନତାର ଆନ୍ଦୋଳନ ଆରମ୍ଭ କଲେ, ଏବଂ ୧୯୧୯ ରେ ରୋଳଟ କାନୁନ ବିରୋଧରେ ସତ୍ୟାଗ୍ରହ କଲେ, ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରଥମ ଏକତାର ଆନ୍ଦୋଳନ ଥିଲା l
ଆନ୍ଦୋଳନ କୁ ଡବାଇବା ପାଇଁ ବ୍ରିଟିଶର ମାନେ ଚିନ୍ତାରେ ପଡିଗଲେ, ୧୯୧୯ ଏପ୍ରିଲ ମାସ, ପଞ୍ଜାବ ର ଜାଲିଆଁବାଲା ବାଗ ରେ ପ୍ରଦର୍ଶନ ପାଇଁ ଏକାଠି ହୋଇଥିବା ପ୍ରଦର୍ଶନକାରୀ ଙ୍କ ଉପରେ ଜେନେରାଲ ଦାୟାର ଗୁଳି ଚଳାଇଥିଲେ , ଏଥିରେ ୪୦୦ ରୁ ଉର୍ଧ୍ଵ ଲୋକଙ୍କର ମୃତ୍ୟୁ ହୋଇଥିଲା l ଏବଂ ଠିକ ଏହି ଘଟଣା ପରେ ଖିଲାଫତ ଆନ୍ଦୋଳନ ଦେଶରେ ମୁଣ୍ଡ ଟେକିଲା, ଏବଂ ୧୯୨୦-୨୧ ରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା l ବିଦେଶୀ ପୋଷାକ ଓ ବିଦେଶୀ ବସ୍ତୁ ପୋଡା ଗଲା l
୧୯୨୨ ରେ କୃଷକମାନେ ଇଂରେଜ ଶାସକ ବିରୁଦ୍ଧରେ ଜାଲିଆଁବାଲା ବାଗ ନର ସଂହାର ବିରୁଦ୍ଧରେ ଆନ୍ଦୋଳନ କରି ଚଉଁରି ଚଉରା ରେ ପୋଲିସ ଥାନା କୁ ନିଆଁ ଲଗାଇ ପୋଡି ଦେଲେ , ଏଥିରେ ୨୨ ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିଲେ l
ଏବଂ ଠିକ ସେହି ସମୟରେ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ ବନ୍ଦ କରିଥିଲେ, ଠିକ ସେହି ବର୍ଷ ହିଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ନିର୍ମାଣ ହୋଇଥିଲା l ଉଭୟ ଦଳ ପରସ୍ପର ର ବିଚାର ବିରୋଧୀ ଥିଲେ l କିନ୍ତୁ କଂଗ୍ରେସ ଉପରେ ଗାନ୍ଧିଜୀ ଙ୍କ ପ୍ରଭାବ ସମ୍ପୂର୍ଣ ଥିଲା l
କ୍ରମଶଃ …
