ଆମେରିକାର ସିନେଟ ଶୁକ୍ରବାର ଦିନ ‘ ଲିଂଡ଼ସେ ଓ.ଗ୍ରାହାମ ସାଂକ୍ସନିଙ୍ଗ ରସିଆ ଏଣ୍ଡ ଇରାନ ଆକ୍ଟ ଅଫ ୨୦୨୬ ପାସ କରାଇଛି, ଏହାର ଉଦେଶ୍ୟ ହେଲା ଇରାନ ଓ ରୁଷ ଉପରେ ଆର୍ଥିକ ଚାପ ବଢାଇବା l ଏହାଛଡା ଏହି ବିଲ ସେହି ଦେଶ ମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ଯେଉଁମାନେ ରୁଷ ନିକଟରୁ ତେଲ ଓ ଗ୍ୟାସ କିଣି ଆର୍ଥିକ ସାହାଯ୍ୟ କରୁଛନ୍ତି l
ଏହି ବିଲ ର ନାମ ପୂର୍ବତନ ଦିବଂଗତ ସିନେଟର ଲିଣ୍ଡସେ ଗ୍ରାହାମ ଙ୍କ ସମ୍ମାନ ରେ ରଖାଯାଇଛି, ଯିଏକି ଏହି ନିୟମ କୁ ତିଆରି କରିଥିବା ମୁଖ୍ୟ ଲୋକଙ୍କ ମଧ୍ୟରୁ ଜଣେ, ଏହି ବିଲ ଆମେରିକା ରାଷ୍ଟ୍ରପତି ଙ୍କୁ ସେହି ଦେଶ ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅଧିକାର ଦେଉଛି ଯିଏକି ଅଧିକ ମାତ୍ରାରେ ରୁଷ ନିକଟରୁ ତେଲ ଓ ଗ୍ୟାସ ଆମଦାନୀ କରୁଛନ୍ତି l ପୂର୍ବରୁ ଥିଲା ଯେଉଁ ଦେଶମାନେ ରୁଷ ନିକଟରୁ ଉର୍ଜା ସଂସାଧନ କିଣୁଛନ୍ତି ସେମାନଙ୍କ ଉପରେ ୫୦୦ ପ୍ରତିଶତ ଟେରୀଫ ଲଗାଯିବ, କିନ୍ତୁ ବର୍ତମାନ ଏହି ବିଲ ରେ ତାହା ୧୦୦ ପ୍ରତିଶତ କୁ ହ୍ରାସ ପାଇଛି l
୨୦୨୨ ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଭାରତ ରୁଷ ନିକଟରୁ ଅଧିକମାତ୍ରାରେ କଞ୍ଚା ତେଲ କିଣୁଥିବା ଦେଶ ମାନଙ୍କ ମଧ୍ୟରୁ ଜଣେ, ଯିଏକି ୱିୟୁରୋପିୟ ଦେଶ ମାନଙ୍କର ବିରୋଧ ସତ୍ୱେ ମଧ୍ୟ ରୁଷ ନିକଟରୁ ଇନ୍ଧନ କିଣି ଚାଲିଛି l ପ୍ରସ୍ତାବିତ ନିୟମ ଅନୁସାରେ ଭାରତ ସେହି ଦେଶ ମାନଙ୍କ ମଧ୍ୟରେ ସାମିଲ ହୋଇଯାଇଛି ଯେଉଁ ମାନଙ୍କ ଉପରେ ଆମେରିକା କଡା ନଜର ରଖିବ l
ଯଦି ୧୦୦ ପ୍ରତିଶତ ଟେରୀଫ ଲାଗିଲା ତେବେ ଭାରତ ଉପରେ କେଉଁ ପ୍ରଭାବ ପଡିବ ?
– ଆମେରିକା କୁ ରପ୍ତାନି ହେଉଥିବା ବସ୍ତୁ ଗୁଡିକ ମହଙ୍ଗା ହୋଇଯିବ, ଯାହାଦ୍ୱାରା ଆମେରିକା ବଜାରରେ ଭାରତୀୟ ଜିନିଷ ବିକ୍ରି ଉପରେ ପ୍ରଭାବ ପଡିବ l ଏବଂ ବଜାରରେ ତିଷ୍ଠି ରହିବା ପାଇଁ ବ୍ୟବସାୟୀ ନିଜର ମାର୍ଜିନ କମ ରଖିବେ l ଯାହାଦ୍ୱାରା ମାନୁଫାକଚରିଂ ସେକ୍ଟର୍ସ ଗୁଡିକ ମଧ୍ୟ ପ୍ରଭାବିତ ହେବ l ଭାରତୀୟ ବସ୍ତୁ ରପ୍ତାନି ରେ ଆମେରିକାର ମୁଖ୍ୟ ଭୂମିକା ରହିଛି, ତେଣୁ ଯଦି ଟାରିଫ ବୃଦ୍ଧି ହେଲା ତେବେ ଭାରତୀୟ ବଜାର ମଧ୍ୟ ପ୍ରଭାବିତ ହେବ l
