Odisha news

JEE ଆଡ଼ଭାନ୍ସ କୁ ନେଇ ଆସିଲା ନୂଆ ଗାଇଡ଼ ଲାଇନ

0

JEE ଆଡ଼ଭାନ୍ସ ୨୦୨୬ ଦେଶର ସବୁଠୁ କଠିନ ଅଞ୍ଜିନିୟରିଂ ପ୍ରବେଶ ପରୀକ୍ଷାରେ ସାମିଲ କରାଯାଇଛି, ଜେଇଇ ଆଡ଼ଭାନ୍ସ ୨୦୨୬ , ୧୭ ମଇ ରବିବାର କୁ କରାଯିବ, ଚଳିତ ଥର ପରୀକ୍ଷା ର ଆୟୋଜନ ଇଣ୍ଡିଆନ ଇନ୍ଷ୍ଟି ଚି଼ୟୁଟ ଅଫ ଟେକ୍ନୋଲୋଜି ରୁଡ଼କି ପକ୍ଷରୁ ଦେଶର ସମସ୍ତ ଜେଇଇ ପରୀକ୍ଷା କେନ୍ଦ୍ର ରେ କରାଯାଉଛି, ପରୀକ୍ଷାରେ ସାମିଲ ହେବାକୁ ଯାଉଥିବା ପରୀକ୍ଷାର୍ଥୀ ଙ୍କ ପାଇଁ ଆଡମିଟ କାର୍ଡ, ଡ୍ରେସ କୋଡ଼ ଓ ଏଗଜମ ସେଣ୍ଟର ସହିତ ଜଡିତ ନିୟମ ପାଳନ କରିବା ଖୁବ ଜରୁରୀ ଓ ଏହି ପରୀକ୍ଷାରେ ଦୁଇଟି ସିଫ୍ଟ ରହିବ l

ପ୍ରଥମ ସିଫ୍ଟ ଟି ସକାଳ ୯ ଟା ରୁ ଦିନ ୧୨ ଟା ପର୍ଯ୍ୟନ୍ତ କରାଯିବ , ଏବଂ ସେକେଣ୍ଡ ସିଫ୍ଟ ଦିନ ୨ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ l ପିଡ଼ବ୍ଲ୍ୟୁଡି କାଟାଗୋରି ର ପରୀକ୍ଷାର୍ଥୀ ଙ୍କ ପାଇଁ ଅଧିକ ଗୋଟିଏ ଘଣ୍ଟା ସମୟ ଦିଆଯିବ l ପରୀକ୍ଷା ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଦେଇପାରିବେ l ପିଲାମାନେ ପରୀକ୍ଷା ସମୟ ରେ ନିଜର ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର, ନାମ ସଠିକ ଭାବରେ ଲେଖିବେ l

ପରୀକ୍ଷା ସେଣ୍ଟର ରେ ପିଲାମାନେ ସମୟ ପୂର୍ବରୁ ପହଂଚିବା ଆବଶ୍ୟକ l କାହିଁକିନା ବାୟୋମେଟ୍ରିକ ଯାଞ୍ଚ ସଠିକ ଭାବରେ ହୋଇପାରିବ l [ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପାଇଁ ଅରିଜିନାଲ ଫଟୋ, ଆଡମିଟ କାର୍ଡ, ଆଇଡି ପୃଫଁ, ଦୁଇଟି ପାସପୋର୍ଟ ସାଇଜ ଫଟୋ ନେବା ଜରୁରୀ l ଏହାଛଡା ପେନ , ପେନ୍ସିଲ ଓ ଟ୍ରାନ୍ସ ପରେଣ୍ଟ ପାଣି ବୋତଲ ନେବାକୁ ପରମିସନ ମିଳିଛି l

ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟ ଫୋନ, ଇଲେକ୍ଟ୍ରୋନିକ୍ସ ଗ୍ୟଯେଟ , ହ୍ୟାଣ୍ଡ ବ୍ୟାଗ, ସନ ଗ୍ଲାସ ନେବା ମନା ଅଟେ l ପେନ୍ସିଲ ବକ୍ସ , ରାଇଟିଙ୍ଗ ପ୍ୟାଡ଼, ସ୍କେଲ, ରବର ଇତ୍ୟାଦି ମଧ୍ୟ ନେଇପାରିବେ ନାହିଁ l

ଡ୍ରେସ କୋଡ଼ କୁ ନେଇ ଜାରି ହୋଇଛି କଠିନ ନିୟମ, IIT ରୁଡ଼ିକି ପରୀକ୍ଷାର୍ଥୀ ମାନଙ୍କ ପାଇଁ ଡ୍ରେସ କୋଡ଼ କୁ ନେଇ ନିର୍ଦେଶ ଜାରି କରିଛି, କୌଣସି ପ୍ରକାରର ଅର୍ନାମେଣ୍ଟସ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯିବେ ନାହିଁ, ଜୋତା ପିନ୍ଧି ଯିବେ ନାହିଁ, ସ୍ୟାଣ୍ଡେଲ କିମ୍ବା ଚପଲ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯିବେ, ପ୍ୟାଣ୍ଟ ସାର୍ଟ ଇନ କରି ପିନ୍ଧିବେ ନାହିଁ, ଘଣ୍ଟା ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯିବା ମନା l ସାଧାରଣ ପୋଷାକ ରେ ପରୀକ୍ଷା କେନ୍ଦ୍ରକୁ ଯିବା ଆବଶ୍ୟକ l

Govt
Leave A Reply