ଭାରତୀୟ ସୁପ୍ରିମ କୋର୍ଟ ଶୁକ୍ରବାର ଦିନ ନକଲି ଡିଗ୍ରୀ ଧାରୀଙ୍କୁ ନେଇ କିଛି ଏଭଳି ଟିପ୍ପଣୀ କରିଛନ୍ତି ଯାହାକୁ ନେଇ ଆଲୋଚନା ହୋଇଛି l ଗୋଟିଏ ଶୁଣାଣି ସମୟରେ ଭାରତର ମୁଖ୍ୟ ନ୍ୟାୟାଧୀଶ କଥିତ ଭାବରେ ଟିପ୍ପଣୀ ଦେଇ କହିଚ୍ଛନ୍ତି ଯେ କିଛି ବେରୋଜଗାର ଯୁବା କକ୍ରୋଚ ଭଳି ରହିଛନ୍ତି, ସେ ଆରୋପ ଲଗାଇଛନ୍ତି ଯେ ଯେଉଁମାନେ ନା କିଛି ରୋଜଗାର କରୁଛନ୍ତି ନ ରୋଜଗାର ପାଇଁ ଚେଷ୍ଟା କିଛି କରୁଛନ୍ତି, କେବଳ ସେମାନେ ଇଣ୍ଟରନେଟ ଦ୍ୱାରା ସୋସିଆଲ ମିଡ଼ିଆକୁ ଚାଲି ଯାଇଥାନ୍ତି l ଆଉକିଛି ଆର୍ଟିଆଇ କାର୍ଯ୍ୟକର୍ତା ହୋଇ ଯାଇଥାନ୍ତି ଏବଂ କିଛି ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥାଆନ୍ତି l
କାହିଁକି CJI କକ୍ରୋଚ ଶବ୍ଦ ର କଲେ ବ୍ୟବହାର –
କାହିଁକିନା ସାପ ଓ ବିଛା ସିଧାସଳଖ ଆକ୍ରମଣ କରନ୍ତି, କିନ୍ତୁ କକ୍ରୋଚ ସାଧାରଣତଃ ଲୁଚି ରୁହନ୍ତି, ଏବଂ ରୋଗ ସଂକ୍ରମଣ କରି ଥାଆନ୍ତି, CJI ଙ୍କ ସମାଲୋଚନା କୁ ଦେଖି ଲାଗୁଚି ଯେ ତାଙ୍କର ଏଭଳି ତୁଳନା କଥିତ ଭାବରେ ଯୁବ ସମାଜ ଅନ୍ଧାରରେ ରହି କାମ କରିବାର ସଂସାଧନ ଖୋଜନ୍ତି ଖରାପ ଉପାୟରେ l
ଅସରପା ଓ ସାପ ବିଛା ଙ୍କ ମଧ୍ୟରେ ଅନ୍ତର ସେମାନଙ୍କ କାମ କରିବା ତରିକା କୁ ନେଇ ହୋଇଛି, ଅସରପା ଅନ୍ଧାରୁଆ ଜାଗାରେ ଲୁଚି ରହି ରୋଗ ସଂକ୍ରମଣ କରିଥାଏ l ସେହିଭଳି ଆଜିର ଯୁବପିଢ଼ି ଡିଜିଟାଲ ମିଡ଼ିଆ ପଛରେ ଲୁଚି ସୋସିଆଲ ମିଡ଼ିଆ ଅଭିଯାନ, ଭୁଲ ସୂଚନା ଦେବା ଓ ଦେଶରେ ଅରାଜକତା ବଢାଇବା ଉଦେଶ୍ୟ ରଖୁଛନ୍ତି l ଯେଭଳି ଗୋଟିଏ ଅସରପା ଦୂଷିତ ବାତାବରଣ ରେ ରହି ଦ୍ରୁତ ଗତିରେ ରୋଗ ବଢ଼ାଇ ଥାଆନ୍ତି ସେହିଭଳି ଆଜିର ଯୁବପିଢ଼ି କାର୍ଯ୍ୟ କରୁଛନ୍ତି l