ICC ଟି 20 ୱାର୍ଲଡ କପ କ୍ରିକେଟ  ମେନ୍ସ ୨୦୨୬ ରେ ପାକିସ୍ଥାନ ଦଳର ନିରାଶା ପୂର୍ଣ ପ୍ରଦର୍ଶନ କୁ ନେଇ ପାକିସ୍ଥାନ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ପ୍ରକାଶ କରି ନେଇଛି ବଡ଼ ନିଷ୍ପତି l ଦଳର ପ୍ରତ୍ୟେକ ଖେଳାଳୀ ଉପରେ ଲଗାଇଛି ୫୦ ଲକ୍ଷ ଟଙ୍କାର ଜପ୍ରିମାନା ,ଯାହାକି ଭାରତୀୟ ମୁଦ୍ରାରେ ପାଖାପାଖି ୧୬ ଲକ୍ଷ ଟଙ୍କା l ଟି 20 ବିଶ୍ୱକପ୍ ର ସୁପର -8 ରୁ ବାହାରିଯିବା ପରେ ଓ ଟିମ ଇଣ୍ଡିଆ ନିକଟରୁ ଗ୍ରୁପ ଷ୍ଟେଜ ମ୍ୟାଚ ରେ ପାକିସ୍ଥାକୁ ମିଳିଥିବା ପରାଜୟ କୁ ନେଇ ପାକିସ୍ଥାନ କ୍ରିକେଟ ବୋର୍ଡ ନେଇଛି ଏଭଳି ନିଷ୍ପତି l
ମିଡ଼ିଆ ରିପୋର୍ଟ ଅନୁସାରେ ଟି 20 ବିଶ୍ୱକପ୍ ଖେଳୁଥିବା ପ୍ରତ୍ୟେକ ଖେଳାଳୀ ଙ୍କ ଉପରେ ୫୦ ଲକ୍ଷ ଲେଖାଏଁ ଜୋରିମାନା ଲଗାଯାଇଛି l ଅର୍ଥାତ ଏହି ପଇସା PCB  ନିଜେ ଖେଳାଳୀ ଦରମାରୁ କାଟିବ  l
ଲଗାତାର ଚତୁର୍ଥ icc ଟୁର୍ନାମେଣ୍ଟ ରେ ପାକିସ୍ଥାନ ଟିମ ସେମି ଫାଇନାଲରେ ପହଂଚିବାକୁ ଅସମର୍ଥ ହୋଇଛି l ଏପରି ସ୍ଥିତିରେ ବୋର୍ଡ ସିଧାସଳଖ ସନ୍ଦେଶ ଦେଇଛି ଯେ ଏହାକୁ ଆର୍ଥିକ କ୍ଷତି ରେ ପରିବର୍ତ୍ତନ କରିବାକୁ ପଡିବ l
ପାକିସ୍ଥାନ ନିଜର ସମସ୍ତ ମ୍ୟାଚ ଶ୍ରୀଲଙ୍କା ରେ ଖେଳିଛି , କିନ୍ତୁ ପ୍ରାୟତଃ ଘରୋଇ ଗ୍ରାଉଣ୍ଡ ଭଳି ହୋଇଥିବା ସତ୍ୱେ ମଧ୍ୟ ପାକିସ୍ଥାନ୍ ଟିମ ଭଲ ପ୍ରଦର୍ଶନ କରିପାରି ନଥିଲା l ନେଦର ଲ୍ୟାଣ୍ଡ ଓ ଆମେରିକା କୁ ହରାଇ ଥିଲା ପାକିସ୍ଥାନ , କିନ୍ତୁ ଭାରତ ବରୁଦ୍ଧରେ ୬୧ ରନରେ ପରାଜୟ ଲାଭ କରି ପାକିସ୍ଥାନ କ୍ରିକେଟ ପ୍ରେମୀ ଙ୍କ ଆକ୍ରୋଶ ର ଶିକାର ହୋଇଥିଲା l ତଥାପି ପାକିସ୍ଥାନ ସୁପର 8 ରେ ଯେମିତି ସେମିତି ପହଂଚି ଯାଇଥିଲା l
କିନ୍ତୁ ସୁପର 8 ର କାହାଣୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା , ନିୟୁଜିଲ୍ୟାଣ୍ଡ ବିପକ୍ଷ ରେ ଥିବା ମ୍ୟାଚ ରେ ବର୍ଷା ହୋଇଥିଲା ଓ ମ୍ୟାଚ ରଧ ହୋଇଥିଲା ,ଏବଂ ଏହାପରେ ଇଂଲଣ୍ଡ ବିପକ୍ଷରେ ପରାଜୟ ଲାଭ କରିଥିଲା , ଶ୍ରୀଲଙ୍କା ନିକଟରୁ ବିଜୟ ଲାଭ କରି ମଧ୍ୟ ଖରାପ ରନ ରେଟ କାରଣରୁ
ଆଗାମୀ ରାଉଣ୍ଡ ରେ ସ୍ଥାନ ପାଇପାରିଲା ନାହିଁ , ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ଗଲେ  ଦଳ ଠିକ ଭାବରେ ପ୍ରଦର୍ଶନ କରି ପାରି ନଥିବାରୁ ଏହାର ପରିଣାମ ଟିମ କୁ ଭୋଗିବାକୁ ପଡିବ l