ବାଲିଗୁଡ଼ାତା, ୦୨/୦୩: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଡକେଲକିଆ ନିକଟସ୍ଥ ଗଡମୁଣ୍ଡା ଘାଟିରେ ସୋମବାର ଅପରାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣ ମହିଳା ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଦଡ଼କଙ୍ଗିଆ ଗ୍ରାମରୁ ୧୦ ରୁ ୧୨ ଜଣ ମହିଳା ଡାକା ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ସୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଟୋରେ ଯାଉଥିଲେ । ଢାକା ଗ୍ରାମ ପୂର୍ବରୁ କୁଡକେଲକିଆ ଗାଁ ନିକଟସ୍ଥ ଗଡମୁଣ୍ଡା ଘାଟିରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଘଟିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଡାକା ଗ୍ରାମରେ ଅବସ୍ଥାପିତ ବିଏସ୍ଏଫ୍ କ୍ୟାମ୍ପର ର ଜବାନମାନେ ଘଟଣାସ୍ଥଳରେ ପହଞ୍ଚି ନିଜ ଆମ୍ବୁଲାନ୍ସରେ ଆହତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତ ମହିଳା ବାଲିଗୁଡା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି।