Odisha news

ତେଲ ଅଭିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

0

୨୫ ଫେବୃଆରୀ ୨୦୨୬(Suvendra Pattanaik): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରୀ ଗସ୍ତରେ ଇସ୍ରାଏଲରେ ପହଞ୍ଚିଛନ୍ତି । ତେଲ ଅଭିଭ୍ ବିମାନବନ୍ଦରରେ ପହଞ୍ଚିବା ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାରା ନେତାନ୍ୟାହୁ ତାଙ୍କୁ ସ୍ୱାଗତ କରିଥିଲେ ।
ଆଗମନ ସମାରୋହ ପରେ, ଦୁଇ ପ୍ରଧାନମନ୍ତ୍ରୀ ଏକ ସଂକ୍ଷିପ୍ତ ସାକ୍ଷାତ କରିଥିଲେ । ହୋଟେଲରେ, ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଇହୁଦୀ ଭାରତୀୟ ପ୍ରବାସୀ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ୱାଗତ କରିଥିଲେ । ସ୍ୱାଗତ ସମାରୋହରେ ଭାରତୀୟ ଏବଂ ଇସ୍ରାଏଲୀ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଥାୟୀ ବନ୍ଧୁତାର ପ୍ରତୀକ ଥିଲା ।

 

Leave A Reply