Odisha news

ମାଓବାଦୀ-ପୁଲିସ ମୁହାଁମୁହିଁ ଘଟଣା : ବ୍ୟାପକ ମାଓ ସାମଗ୍ରୀ ଜବତ ସହ ନିହତ ଦୁଇ ମାଓବାଦୀ ଙ୍କ ପରିଚୟ ସ୍ପଷ୍ଟ କଲା ପୋଲିସ  

0
ବାଲିଗୁଡା, ତା, ୨୩/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ କରଡା ଜଙ୍ଗଲରେ ମାଓ ଗତିବିଧି ସୂଚନା ପାଇ ଉକ୍ତ ଦିନ ଏକ ମିଳିତ ମାଓ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା, ଯେଉଁଥିରେ ୧୨୭ ବାଟାଲିୟନ ଏବଂ ୬୪ ବାଟାଲିୟନରୁ ୧୧ ଟି ଏସଓଜି ଦଳ ଏବଂ ସିଆରପିଏଫର ୨ଟି ଦଳ ନିୟୋଜିତ କରାଯାଇ ଥିଲା । ଏହି ସମୟରେ ଜଙ୍ଗଲରେ ଲୁଚିଥିବା ମାଓବାଦୀ ମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି। ସେମାନେ ହେଲେ କମାଣ୍ଡର ଜାଗେଶ ସେ ଜଣେ ସାମୁହିକ ପ୍ଲାଟୁନର ଡେପୁଟି କମାଣ୍ଡର ଏବଂ ରତ୍ନ ସେ ଜଣେ ପାର୍ଟି ସଦସ୍ୟ ଭାବରେ ଚିହ୍ନଟ କରାଯାଇଛି l ଯାହାଙ୍କ ଉପରେ ଓଡ଼ିଶା ସରକାର ଯଥାକ୍ରମେ – ୨୨,୦୦, ୦୦୦ ଟଙ୍କା ଏବଂ ୧, ୬୫,୦୦୦ – ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଓଡ଼ିଶା ସରକାର ଏକେ-୪୭ ରାଇଫଲ୍ ପାଇଁ ୩, ୩୦, ୦୦୦ ଟଙ୍କା, ୟୁ ଜି ବି ଏଲ ପାଇଁ ୪୪, ୦୦୦ ଟଙ୍କା ଏବଂ ଏସ ଏଲ ଆର ରାଇଫଲ୍ ପାଇଁ ୧, ୬୫, ୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କେକେବିଏନ ଡିଭିଜନର ସୁକ୍ରୁ ଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ଜଣାପଡିଛି। ଘଟଣାସ୍ଥଳରୁ, ଅଣ୍ଡର ହାରେଲ ଗ୍ରେନେଡ୍ ଲଞ୍ଚର୍ ସହିତ ସଜ୍ଜିତ ଗୋଟିଏ, ଏ କେ-୪୭ ରାଇଫଲ୍ ଏବଂ ମ୍ୟାଗାଜିନ୍ ସହିତ ଗୋଟିଏ ୭.୬୨ ଏମ ଏମ ସେଲ୍ଫ-ଲୋଡିଂ ରାଇଫଲ୍ (ଏସଏଲ ଆର) ଭଳି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା ବାହିନୀ ଅନ୍ୟ ମାଓବାଦୀ କ୍ୟାଡର ମାନଙ୍କୁ ଠାବ କରିବା ଏବଂ ଅଞ୍ଚଳର ସମ୍ପୂର୍ଣ୍ଣ ଆଧିପତ୍ୟ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଜୋରଦାର କରୁଛନ୍ତି ବୋଲି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧକ୍ଷକ ହରିଶ୍ ବି.ସି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।
Leave A Reply