Odisha news

ନୂତନ ଶିକ୍ଷା ନୀତି ନିମନ୍ତେ ପ୍ରବୋଧ ପ୍ରଶିକ୍ଷଣ ଶିବିର  ଉଦଯାପିତ

0
ବାଲିଗୁଡା, ତା, ୨୧/୦୨ :(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ଶଙ୍କରାଖୋଲ ଓ ଚକାପାଦ ଠାରେ ୪ଟି ପର୍ଯ୍ୟାୟରେ ନୂତନ ଶିକ୍ଷା ନୀତି ଅନୁସାରେ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ତଥା ନୂତନ ପାଠ୍ୟପୁସ୍ତକର ସଞ୍ଚାଳନ ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦିଗଦର୍ଶନ ପାଇଁ ପ୍ରବୋଧ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଉଦଯାପିତ ହୋଇଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଚକାପାଦ ସ୍ଥିତ ବିରୁପାକ୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରରେ ଅନୁଷ୍ଠିତ ହୋଇଥ‌ିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଶଙ୍କରାଖୋଲ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଚୀନ ଭାରତୀୟ ଗୁରୁକୁଳ ତଥା ଜ୍ଞାନ ପରମ୍ପରା ଓ ଆଧୁନିକ ଶିକ୍ଷା ପଦ୍ଧତିରେ ଏକ ସମ୍ବନୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ପ୍ରଶିକ୍ଷକ ଭାବେ ସାନୁନୁ କୁମାର ପଟ୍ଟନାୟକ , ବରିଷ୍ଠ ଶିକ୍ଷକ ଯୋଶବନ୍ଧୁ ସାହୁ, ଡିଆଇଟି ଶିକ୍ଷୟିତ୍ରୀ ଶୁଭଶ୍ରୀ ବେହେରା ଯୋଗଦେଇ ବ୍ଳକର ୩୪୬ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉକ୍ତ ୪ଟି ପର୍ଯ୍ୟାୟର ତାଲିମ୍ କାର୍ଯ୍ୟକ୍ରମକୁ ବିଆରସିସି ତଥା ଏବିଇଓ ବୁଲୁ ଦେଶୀ ନାୟକ ପରିଚାଳନା କରିଥିଲେ ।
Leave A Reply