Odisha news

ବଜେଟ୍‌ ୨୦୨୬-୨୭ : ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ଏହି ବଜେଟ୍‌ରେ ସେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଚାଷୀମାନଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ବ୍ୟାପକ ସହାୟତା ରାଶିର ବ୍ୟବସ୍ଥା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବଜେଟ୍ ଅଧୀନରେ ପୁଷ୍ଟିଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ଓଡ଼ିଶାର ପ୍ରତିଟି କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

  1. ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି ଟଙ୍କା
  2. ପିଏମ୍‌ ପିଷାନ ଯୋଜନାରେ ୨୦୨୩୦ କୋଟି ଟଙ୍କା
  3. କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ: ୮୪୧ କୋଟି ଟଙ୍କା
  4. ଶ୍ରୀ ଅନ୍ନ ଅଭିଯାନ: ୪୦୦ କୋଟି ଟଙ୍କା
Leave A Reply