Odisha news

ମହାରାଜା ଛତ୍ରପତି ଶିବାଜୀ ଜନ୍ମୋସôବ ପର୍ବ ଅବସରରେ ଅନୁଷ୍ଠିତ “ରାଷ୍ଟ୍ରୀୟ ଗୌରବ ଯାତ୍ରା”ରେ ସାମିଲ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି

0

 ଛତ୍ରପତି ମହାରାଜା ଶିବାଜୀଙ୍କ ସାହସ ଓ ଜୀବନ ଦର୍ଶନ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଇଆସୁଛି : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
 “ରାଷ୍ଟ୍ରୀୟ ଗୌରବ ଯାତ୍ରା” ନିଶ୍ଚିନ୍ତ ଭାବେ ସମସ୍ତ ସମାଜକୁ ନୂତନ ଦିଗଦର୍ଶନ ଦେଖାଇବ: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ
ଭୁବନେଶ୍ୱର, ତା.୧୮/୦୨: ଛତ୍ରପତି ଶିବାଜୀ ମହାରାଜା ଭାରତର ସାହସୀ ଓ ପ୍ରଗତିଶୀଳ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ । ଛତ୍ରପତି ଶିବାଜୀ ମହାରାଜ ମରାଠା ସାମ୍ରାଜ୍ୟର ସ୍ଥାପକ ଥିଲେ ଏବଂ ଏକ ଶ୍ରେଷ୍ଠ ସେନାନାୟକ ଓ ପ୍ରଶାସକ ଭାବେ ପରିଚିତ । ସେ ମୋଗଲ ସାମ୍ରାଜ୍ୟ ବିରୋଧରେ ଅନେକ ଯୁଦ୍ଧରେ ବିଜୟ ହାସଲ କରିଥିଲେ । ୧୬୭୪ ମସିହାରେ ସେ “ଛତ୍ରପତି” (ସମ୍ରାଟ) ଭାବେ ରାଜ୍ୟାଭିଷେକ ହୋଇଥିଲେ । ତାଙ୍କ ସାହସ ଓ ଜୀବନ ଦର୍ଶନ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଇଆସୁଛି । ଏହି ପର୍ବଟି ଭାରତର ସର୍ବାଧିକ ସମ୍ମାନିତ ଶାସକମାନଙ୍କ ମଧ୍ୟରୁ ଜଣଙ୍କ ଜୀବନ ଓ ଅବଦାନକୁ ସ୍ମରଣ କରି ପାଳନ କରାଯାଏ । ସେ ତାଙ୍କର ଉକôୃଷ୍ଟ ପ୍ରଶାସନିକ କୌଶଳ, ସେନା ଦକ୍ଷତା ପାଇଁ ପରିଚିତ ବୋଲି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଛତ୍ରପତି ଶିବାଜୀ ମହାରାଜ ମରାଠା ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ବୀର ରାଜା ଭାବେ ପରିଚିତ ଥିଲେ । ପ୍ରାଚୀନ ଭାରତୀୟ ରାଜନୈତିକ ପରମ୍ପରା ଓ ଦରବାରୀ ପଦ୍ଧତିକୁ ସୁରକ୍ଷିତ ରଖିବାରେ ତାଙ୍କ ଅବଦାନ ସ୍ମରଣୀୟ । ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ପ୍ରତିବର୍ଷ ଫେବୃଆରୀ ୧୯ ତାରିଖରେ ପାଳନ କରାଯାଏ । ଏହି ଅବସରରେ ମହାରାଷ୍ଟ୍ରର ନାସିକରୁ ବାହାରି ପୁରୀ ଯାଉଥିବା “ରାଷ୍ଟ୍ରୀୟ ଗୌରବ ଯାତ୍ରା” ଆଜି ରାଜ୍ୟ କାର୍ଯ୍ୟାଳୟରେ ପହଁଚିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଏହି ଅବସରରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ଏହି ଯାତ୍ରା ଆମ ପ୍ରେରଣାର ଉସô ଯାତ୍ରା ଅଟେ । ଏହି ଭବ୍ୟ ଯାତ୍ରା ସାରା ଦେଶକୁ ଯୋଡି ଏକତା, ଅଖଣ୍ଡତା, ସାର୍ବଭୌମତ୍ୱକୁ ସ୍ମରଣ କରାଇବ । ଏହି ଯାତ୍ରା ସ୍ୱାଗତ ଯୋଗ୍ୟ ଅଟେ । ଛତ୍ରପତି ଶିବାଜୀ ସମସ୍ତଙ୍କ ହୃଦୟର ସମ୍ରାଟ ଥିଲେ । ଏହି ଯାତ୍ରା ଦ୍ୱାରା ଯୁବସମାଜ ସବୁଠାରୁ ଅଧିକ ପ୍ରେରିତ ହେବା ସହ ଆତ୍ମବିଶ୍ୱାସ ଓ ନୈତିକ ସାହସ ପାଇବେ । ସେ ସାଧାରଣ ସୈନିକମାନଙ୍କୁ ଅସାଧାରଣ ଭାବେ ପରିଗଣିତ କରିଥିଲେ । ସାରା ଦେଶରେ ହିନ୍ଦୁ ସାମ୍ରାଜ୍ୟକୁ ତାର ଅସ୍ମିତାକୁ ପରିଚୟ ଦେବା ପାଇଁ ସେ ମୋଗଲ ବିରୋଧରେ କଠୋର ଲଢେଇ କରି ସଦାସର୍ବଦା ସମସ୍ତଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବେ । ଆଜି ତାଙ୍କର ଯାତ୍ରା ନିଶ୍ଚିନ୍ତ ଭାବେ ସମସ୍ତ ସମାଜକୁ ନୂତନ ଦିଗଦର୍ଶନ ଦେଖାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ବିଧାୟକ, ପାର୍ଟିର ରାଜ୍ୟ ପଦାଧିକାରୀ ଓ ବରିଷ୍ଠ ନେତୃବୃନ୍ଦଙ୍କ ସମେତ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Leave A Reply