Odisha news

ଟ୍ବେଣ୍ଟି୨୦ ବିଶ୍ବକପ୍‌-୨୦୨୬ : ଭାରତ ନାମିବ୍ୟାକୁ ୯୩ ରନ୍‌ରେ ପରାସ୍ତ କଲା

0

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟ୍ବେଣ୍ଟି୨୦ ପୁରୁଷ ବିଶ୍ବକପ୍‌-୨୦୨୬ରେ ଭାରତ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଗୁରୁବାର ଦମଦାର ପ୍ରଦର୍ଶନ କରିଛି। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ସୂର୍ଯ୍ୟକୁମାରଙ୍କ ବାହିନୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ଦକ୍ଷତା ଦେଖାଇଛି ଏବଂ ନାମିବ୍ୟା ବିପକ୍ଷରେ ୯୩ ରନ୍‌ରେ ବିଜୟ ହାସଲ କରିଛି। ୨୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନାମିବ୍ୟା ୧୮.୨ ଓଭରରେ ୧୧୬ ରନ୍‌ ସଂଗ୍ରହ କରିଛି। ଭାରତର ବରୁଣ ଚକ୍ରବର୍ତ୍ତୀ ୨ ଓଭର ବୋଲିଂ କରିଥିଲେ। ସେ ୭ରନ୍‌ ଖର୍ଚ୍ଚ କରି ୩ଟି ୱିକେଟ୍‌ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ୍‌ ମିଳିଥିଲା।

ଏହି ମ୍ୟାଚ୍‌ରେ ନାମିବ୍ୟା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ‌ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତୀୟ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୨୦୯ ରନ୍‌ କରିଥିଲା।

Leave A Reply