ବାଲିଗୁଡା, ତା, ୧୪/୦୧: {ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଇର୍ପିଗୁଡା ନିକଟରେ ଏକ ମାଛ ବ୍ୟବସାୟୀ ଙ୍କୁ ଅଟକାଇ ଅପହରଣ କରି ମାଡ଼ ମାରି ତା ଠାରୁ ଟଙ୍କା ଓ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକ ଥାନା ର ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷା କରି ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି। ପରିବାର ଲୋକେ ପରିବାରିକ ଗଣ୍ଡଗୋଳ ଯୋଗୁଁ ଏଭଳି ହୋଇଥିବା ଆଶଙ୍କା କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ରେ ବାଲିଗୁଡ଼ା ନୂଆସାହି ନିବାସୀ ବାସୁଦେବ ବେହେରା (୫୦) ମାଛ ବ୍ୟବସାୟ ପାଇଁ କୁର୍ତ୍ତମଗଡ ଯାଇ ମଧ୍ୟାହ୍ନ ୧ ଟା ରେ ଫେରୁଥିବା ସମୟରେ ଇର୍ପିଗୁଡା ଘାଟି ରେ ଚାରି ଚକିଆ ଗାଡ଼ି ୪ ଜଣ ମୁଖା ପିନ୍ଧା ଦୂର୍ବୁତ ଆସି ଅଟକାଇ ତୁମ ନାମରେ ଗଞ୍ଜେଇ ମାମଲା ରହିଛି କହି ଅପହରଣ କରି ନେଇଥିଲେ। ଦିର୍ଘ ରାସ୍ତା ଗାଡି ରେ ନେବା ପରେ ଏକ ନିର୍ଜନ ସ୍ଥାନରେ ରଖି ମାଡ଼ ମାରିବା ସହ ୧୦ ହଜାର ଟଙ୍କା ମୋବାଇଲ ଛଡାଇ ନେଇ ଯାଇଥିଲେ । ଯାହାରି ଫଳ ରେ ବସୁଦେବ ର ହାତ ଭାଙ୍ଗି ଯାଇଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇ ଦେହ ଓ କପଡା ସମ୍ପୂର୍ଣ୍ଣ ରକ୍ତାକ୍ତ ହୋଇଯାଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେବାକୁ ପଡ଼ିବ ବୋଲି ପରିବାର ଲୋକେ କହିଛନ୍ତି । ଏ ନେଇ ବାଲିଗୁଡ଼ା ଥାନାରେ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଏତଲା ଦେବା ପରେ ଏତଲା କୁ ଭିର୍ତ୍ତି କରି କେଶ ନଂ.୧୦/୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ଥାନା ଅଧିକାରୀ ଶିବ ରଞ୍ଜନ ସିଂଙ୍ଘା ପ୍ରକାଶ କରିଛନ୍ତି ।