ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦ ର ସାବରମତୀ ରିଭର ଫ୍ରଣ୍ଟ ରେ ଇଣ୍ଟରନେଶନାଲ କାଇଟ ଫେଷ୍ଟିଭାଲ ୨୦୨୬ ର ଉଦ୍ଘାଟନ କରିଛନ୍ତି, ଏହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ସହିତ ଜର୍ମାନ ଚାନ୍ସେଲର ଫ୍ରେଡ଼ରିକ ମର୍ଜ ମଧ୍ୟ ଉପସ୍ଥିତ ଥିଲେ, ସୂଚନାଯୋଗ୍ୟ ଯେ ଅହମଦାବାଦ ସ୍ଥିତ ସବରାମତି ରିଭର ଫ୍ରଣ୍ଟ ରେ ୧୨ ରୁ ୧୪ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଇଣ୍ଟରନେଶନାଲ କାଇଟ ଫେଷ୍ଟିଭାଲ ର ଆୟୋଜନ ହୋଇଛି l
ଉଭୟ ନେତା ସବରାମତି ରିଭରଫ୍ରଣ୍ଟ ରେ ଆୟୋଜିତ ପତଂଗ ମହୋତ୍ସବ ରେ ରଙ୍ଗ ବେରଙ୍ଗ ର ଗୁଡ଼ି ଉଡ଼ାଇବାର ଆନନ୍ଦ ନେଇଥିଲେ, ଏହାଛଡା ଏକତାର ପ୍ରତୀକ ଷ୍ଟାଚ୍ୟୁ ଅଫ ୟୂନିଟି ଓ ବର୍ମିଙ୍ଗ ୱାଲ ର ଡିଜାଇନ ହୋଇଥିବା ଗୁଡ଼ି ଉଡ଼ାଇଥିଲେ l ଏହି ଅବସରରେ ଦୁଇ ନେତା ଗୁଡ଼ି ଉଡାଇବା ସମୟରେ ଜର୍ମାନୀ ଓ ଭାରତର ସମ୍ବନ୍ଧ କୁ ନୂଆ ଦିଗ ଦେବାର ସନ୍ଦେଶ ଦେଇଥିଲେ l ଦୁଇ ଦେଶ ଚଳିତବର୍ଷ ରାଜନୈତିକ ସମ୍ବନ୍ଧ ର ୭୫ ବର୍ଷ ଓ ରଣନୀତିକ ସମ୍ବନ୍ଧ ର ୨୫ ବର୍ଷ ପୁରା ହେବାର ପର୍ବ ପାଳୁଛନ୍ତି l
ମକରସଂକ୍ରାନ୍ତି ରେ ଗୁଡ଼ି ଉଡାଇବା ଅହମଦାବାଦ ରେ ସାଂସ୍କୃତିକ ପରିଚୟ ଅଟେ, ଇଣ୍ଟରନେଶନାଲ କାଇଟ ଫେଷ୍ଟିଭାଲ ର ଆରମ୍ଭ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ମୋଦୀ ଥିବା ବେଳେ ଆରମ୍ଭ କରିଥିଲେ l ଇଣ୍ଟର୍ନେସନେଲ କାଇଟ ଫେଷ୍ଟିଭାଲ ରେ ମୁଖ୍ୟ ଆକର୍ଷଣ ଅନ୍ତର୍ଜାତୀୟ ଓ ଜାତୀୟ ଗୁଡ଼ି ଉଡ଼ାଳି ଙ୍କ ଦ୍ୱାରା ଅତି ସୁନ୍ଦର ଓ ବଡ଼ ଗୁଡ଼ି ଉଡ଼ା ଯାଇଥାଏ l
ଚଳିତବର୍ଷ ଇଣ୍ଟରନେଶନାଲ କାଇଟ ଫେଷ୍ଟିଭାଲ ୧୦୭୧ ଜଣ ଭାଗ ନେଇଛନ୍ତି, ଯେଉଁଥିରେ ୫୦ ଟି ଦେଶର ୧୩୫ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି, ଭାରତର ୧୩ ଟି ରାଜ୍ୟର ୬୫ ଜଣ ଓ ଗୁଜୁରାଟ ର ୧୫ ଜିଲ୍ଲାରୁ ୮୭୧ ଜଣ ଅଂଶ ଗ୍ରହଣ କରିଛନ୍ତି l