Odisha news

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବଦିବସ ପାଳନ ଓ ଆଇନ ସହାୟତା କ୍ଲିନିକ୍‌ ଉଦ୍‌ଘାଟିତ

0

ଭୁବନେଶ୍ୱର-୧୨.୦୧.୨୦୨୬ : ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭୁବନେଶ୍ୱରଙ୍କ ପକ୍ଷରୁ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଇନ ବିଭାଗରେ ଏକ ଆଇନ ସହାୟତା କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଇନ ବିଭାଗର ଛାତ୍ରଛାତ୍ରୀମାନେ ଏହି ଆଇନ ସହାୟତା କ୍ଲିନିକ୍‌କୁ ପରିଚାଳନା କରି ସାଧାରଣ ଜନତାଙ୍କୁ ମାଗଣା ଆଇନ ଦେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସହ ନିରନ୍ତର ଯୋଗାଯୋଗ କରି ଆଇନ୍‌ ସେବାରୁ ବଞ୍ଚିତ ଜନସାଧାରଣଙ୍କୁ ତ୍ୱରିତ ଆଇନ ସେବା ଯୋଗାଇ ଦେବା ପାଇଁ ଚେଷ୍ଟା କରିବେ ଓ ମାଧ୍ୟମ ହେବେ ।

ସେହିପରି ପ୍ରାଧିକରଣଙ୍କ ପକ୍ଷରୁ ସାମ୍ପ୍ରତିକ ପରିସ୍ଥିତିରେ ନିଶାମୁକ୍ତ ଭାରତ ପାଇଁ ନିଶା ସଚେତନତା ଏବଂ ସୁସ୍ଥତା ନେଭିଗେସନ୍‌ ସମ୍ପର୍କିତ କାର୍ଯ୍ୟକ୍ରମ/ ଆଇନ ସଚେତନତା ଶିବିରର ଆୟୋଜନ କରାଯାଇଛି। ସେହିଭଳି ଆଜି ଜାତୀୟ ଯୁବ ଦିବସ ପାଳନ ପରିପ୍ରେକ୍ଷୀରେ ସମସ୍ତଙ୍କୁ ନିଶାଠାରୁ ଦୂରେଇ ରହି ନିଶାମୁକ୍ତ ଭାରତ ପାଇଁ ଯୁବଗୋଷ୍ଠୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ-ଅଦାଲତ ଜଜ୍‌ ଶ୍ରୀକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ ବନ୍ଦନା କର, ରାଜକିଶେଶର ଲେଙ୍କା, ସଚିବ ସଲୋମି ସାହୁଙ୍କ ସମେତ ବହୁ ବିଚାର ବିଭାଗୀୟ ଅଧିକାରୀ, ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମତୀ ଝୁମିକି ରଥ, ଆଇନ ବିଭାଗ ମୁଖ୍ୟ କୀର୍ତ୍ତି ରଞ୍ଜନ ମହାନ୍ତି, କୋର୍ସ ଡାଇରେକ୍ଟର ସନ୍ତୋଷ ବେଜ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଆଇନ ଛାତ୍ରଛାତ୍ରୀ, ଅଧିବକ୍ତା, ଅଧ୍ୟାପକ ଓ ଅଧ୍ୟାପିକା, ପ୍ରତିପକ୍ଷ ଓକିଲବୃନ୍ଦ ଏବଂ କର୍ମକର୍ତ୍ତାଗଣ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply