ବାଲିଗୁଡା, ତା, ୧୧/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ ସାଲୁଙ୍କୀ ନଦୀ ଉପରେ ହୋଇଥିବା ପୋଲ ଦିର୍ଘ ୪୦ ବର୍ଷରୁ ଉଦ୍ଧ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖୁବାକୁ ମିଳିଛି । ଏହି ପୋଲ ଉପରେ ଦୈନନ୍ଦିନ ହଜାର ହଜାର ବଡ଼ ବଡ଼ ଯାନ ବାହାନ ପାବୁରୀଆ, ସାରଙ୍ଗଗଡ଼, ରାଇକିଆ, ଦାରିଙ୍ଗବାଡି, ବାଲିଗୁଡ଼ା, ଏବଂ କଇଁଝର, କଟିମାହା, ବଡ଼ିମୁଣ୍ଡା,ଗାଡିଙ୍ଗିଆ, ବୁର୍ବୀନାଜୁ, ପାଡାଙ୍ଗି, ଗୁଟିଙ୍ଗିଆ, ଏଭଳି ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯିବାପାଇଁ ହେଲେ ଏହି ପୋଲ ଉପରେ ଯିବାକୁ ପଡିଥାଏ । ଯାହା ଫଳରେ ପୋଲଟି ଅଣ ଓସାରିଆ ହୋଇଥିବାରୁ ଦୁଇଟି ଗାଡି ଯିବା ଆସିବା ଅସମ୍ଭବ ହେଉଅଛି। ପୋଲଟିର ଏଭଳି ପରିସ୍ଥିତି ହେଲାଣି ଯେ କେବେ ଭୁଷୁଡ଼ି ପଡିବ ତାହାକହି ହେବନାହିଁ। ଏହି ପୋଲ ଉପରେ ଟିକାବାଲି ବ୍ଲକ୍ ର ଆଠଟି ପଞ୍ଚାୟତର ଜନସାଧାରଣ ଦୈନନ୍ଦିନ ଟିକାବାଲି କୁ ଏହି ପୋଲ ଦେଇ ଯିବା ଆସିବା କରିଥାନ୍ତି । ପୋଲଟି ଯେତେବେଳେ ନିର୍ମାଣ ହେଲା ସେବେଠାରୁ କୈଣସି ଦିନ ପୋଲକୁ ରକ୍ଷଣ ବେକ୍ଷଣ କରାଯାଇ ପାରିନାହି । ଯା ଦ୍ବାରା ପୋଲଟି ତଳକୁ ତଳକୁ ଦବି ଗଲାଣି। କିଛିଦିନ ତଳେ କଳିଙ୍ଗା ଘାଟିରେ ଯେଉଁଭଳି ଭୂସ୍ଖଳନ ହେଲା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥୁଲା ସେହି ଭଳି ଏହି ପୋଲଟି କେତେବେଳେ ଭୁଷୁଡ଼ି ଯିବ ତାହା ହେଲେ ଆଠଟି ପଞ୍ଚାୟତର ଲୋକମାନେ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇ ଯିବାର ସମ୍ଭାବନା ରହିଛି। ହେଲେ ୨୪ ବର୍ଷ ସରକାର ଥୂବାବେଳେ ଏହି ପୋଲ ଦେଇ ବିଭିନ୍ନ ବିଧାୟକ,ନେତା ମନ୍ତ୍ରୀ ଯାଉଥିଲେ କିନ୍ତୁ କାହାରି ନଜର ପଡ଼ିନାହିଁ। ଟିକାବାଲି ଅଞ୍ଚଳବାସି ଦାବି କରିଛନ୍ତି ଯେ, ବର୍ତ୍ତମାନ ନୂତନ ସରକାର ଆସିଛି, ତେଣୁ ବର୍ତମାନ ଏହି ପୋଲଟି ନିର୍ମାଣ ହେବବୋଲି ଆଶା ବିଶ୍ବାସ ଭରଷା ରଖିଛନ୍ତି ଅଞ୍ଚଳ ବାସି ।