Odisha news

ପୋଲ କାମବେଳେ ମାଟି ଅତଡ଼ା ଧସି ଦମ୍ଫତି ଙ୍କ ମୃତ୍ୟୁ 

0
ବାଲିଗୁଡା, ତା, ୧୦/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା କଟାରିସାହି ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟରେ ମାଟି ଅତଡା ଧସିଯିବାରୁ ସ୍ଵାମୀ ସ୍ତ୍ରୀ ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା ପରଠାରୁ ମାଟିତଳେ ପୋତି ହୋଇଯାଇଥିବା ଶ୍ରମିକଙ୍କୁ ଠାବ କରିବାକୁ ଜେସିବିକୁ ନିୟୋଜିତ କରାଯାଇ ପ୍ରଥମେ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର କରିବାର ଦିନକ ପରେ ସ୍ୱାମୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା l ମୃତକ ସ୍ତ୍ରୀ ଜଣଙ୍କ ହେଲେ ତେଲଙ୍ଗାନାର ନାଲଗୋଣ୍ଡା ଜିଲା ନେରାଡୁଗୁମୁ ଗ୍ରାମର ଏଲମା ଓଡେରୋଲ (୪୭) ସ୍ଵାମୀ କ୍ରିଷ୍ଣାୟା ଓଡେରୋଲ। ଉଭୟ ଙ୍କ ଶବ କୁ ଉଦ୍ଧାର କରି ବ୍ୟବଛେଦ କରିବା ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଥିଲା l ପ୍ରକାଶ ବାଲିଗୁଡା ଓ କ.ନୂଆଗାଁ ବ୍ଳକକୁ ଯୋଗାଯୋଗରେ ଖଡ୍‌ଗ ନଦୀ ଅନ୍ତରାୟ ସାଜିଛି । ଏହି ଦୁଇ ବ୍ଲକ ମଝିରେ ବହି ଯାଇଥିବା ଖଡଗ ନ‌ଦୀରେ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା। ୧୫ କୋଟି ଟଙ୍କା ବ୍ୟୟରେ ପୋଲ ଓ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ବାଲିଗୁଡା ଠାରୁ ଏକ କିଲୋମିଟ ମିଟର ଦୂର କଟାରିସାହି ନିକଟରେ ବର୍ଷେ ହେଲା ପୋଲ ନିର୍ମାଣ କାମ ଜାରି ରହିଛି। ପୋଲ ପାଇଁ ଆବଶ୍ୟକ ପିଲାର ନିର୍ମାଣ ନିମନ୍ତେ ବିରାଟକାୟ ଗାତ ଖୋଳାଯାଉଛି । ୩୦ ଫୁଟ ଗାତରୁ ବାହାରୁଥୂବା ମାଟିକୁପାହାଡ଼ ଆକାରରେ ତାହାରି ପାର୍ଶ୍ଵରେ ଗଦା କରାଯାଇଛି l ଏହି ପୋଲ କାମରେ ପ୍ରାୟ ୨୫ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ଗୁରୁବାର ନାଲଗୋଣ୍ଡା ଜିଲା ନେରାଗୁଡୁମୁ ଗ୍ରାମର ଦମ୍ପତି ଏଲମା ଓ କ୍ରିଷ୍ଣାୟା ଓଡେରୋଲ ଉକ୍ତ ଗାତ ନିକଟରେ ଛିଡା ହୋଇଥିଲେ। ଅଚାନକ ଗାତ ପାର୍ଶ୍ଵରେ ଗଦା ହୋଇ ରହିଥ‌ିବା ମାଟି ଅତଡା ଧସିବାରୁ  ମହିଳା ଜଣକ ତାହାରି ତଳେ ପୋତି ହୋଇଯାଇଥିଲେ। ସେହି ସମୟରେ ପାଖରେ ଛିଡା ହୋଇଥିବା ସ୍ଵାମୀ କ୍ରିଷ୍ଣାୟା ତାଙ୍କୁ ରକ୍ଷା କରିବାକୁ ଯାଇ ସେ ମଧ୍ୟ ମାଟି ତଳେ ପୋତି ହୋଇଯାଇଥିଲେ। ସେଠାରେ ନିର୍ମାଣ କାମରେ ନିୟୋଜିତ ଜେସିବି ସାହାଯ୍ୟରେ ରେ ମହିଳାଙ୍କୁ ତ‌ତ୍କାଳ ଉଦ୍ଧାର କରାଯାଇଥିଲା ହେଲେ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏହାପରେ ମାଟିତଳେ ପୋତି ହୋଇ ରହିଥ‌ିବା କ୍ରିଷ୍ଣାୟାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଅପରାହ୍ନ ୩ଟାରୁ ୩ଟି ଜେସିବି ମେସିନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଶୁକ୍ରବାର ଦିନ କ୍ରିଷ୍ଣାୟାଙ୍କୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ମଧ୍ଯ ନିୟୋଜିତ ଥିଲେ।
Leave A Reply