Odisha news

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ଶୀତକାଳୀନ କ୍ରୀଡା–2026 ଉଦ୍ଘାଟନ

0

ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେଳକର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କ ନିମନ୍ତେ ଆୟୋଜିତ ଶୀତକାଳୀନ କ୍ରୀଡା–2026 ର ଉଦ୍ଘାଟନ ଆଜି ଅପରାହ୍ନରେ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ  କ୍ରୀଡା ପରିସରର ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ ଠାରେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜନ କରାଯାଇଅଛି ।

ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀତକାଳୀନ କ୍ରୀଡା-2026କୁ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପ୍ରଦୀପ କୁମାର ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)/ଖୋର୍ଦ୍ଧା ରୋଡର ସଭାପତି ଶ୍ରୀମତୀ ଦିବ୍ୟା ତ୍ରିପାଠିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।  

ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ତ୍ରିପାଠୀ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଏକତା ବଜାୟ ରଖିବାରେ କ୍ରୀଡା ଏବଂ ଖେଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଅଂଶଗ୍ରହଣକାରୀମାନଙ୍କୁ ଶୃଙ୍ଖଳା, ସମର୍ପଣ ଏବଂ ପ୍ରକୃତ କ୍ରୀଡାପ୍ରେମୀ ମନୋଭାବ ସହିତ ଖେଳିବାକୁ ଉତ୍ସାହିତ କରିଥିଲେ ।

ଉଦ୍ଘାଟନ ସମାରୋହରେ ରେଳକର୍ମଚାରୀ, ସେମାନଙ୍କର ସନ୍ତାନମାନେ ଏବଂ କ୍ରୀଡାପ୍ରେମୀମାନଙ୍କର ଭାରି ଉତ୍ସାହ ଦେଖାଯାଇଥିଲା ଯାହା ଫଳରେ ସମଗ୍ର ପରିସର ଜୀବନ୍ତ ଓ ଉତ୍ସାହମୟ ପରିବେଶରେ ପରିଣତ ହୋଇଥିଲା ।

ଏହି କାର୍ଯ୍ୟକ୍ରମର ସଫଳ ସମନ୍ୱୟ କ୍ରୀଡା ଅଧିକାରୀ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ ଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା । ଶୀତକାଳୀନ କ୍ରୀଡା–2026 ଅନ୍ତର୍ଗତ ବିଭିନ୍ନ ଇଣ୍ଡୋର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ ଯାହା ମାଧ୍ୟମରେ ପ୍ରତିଭାଗୀମାନେ ନିଜ ଖେଳ ପ୍ରତିଭା ପ୍ରଦର୍ଶନ କରିପାରିବେ । ଏହି ଅବସରରେ ଇକୋରୋର ସଦସ୍ୟମାନେ ଏବଂ ବରିଷ୍ଠ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

ଶୀତକାଳୀନ କ୍ରୀଡା -୨୦୨୬ ରେଳ କର୍ମଚାରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟକୁ ଆହୁରି ମଜବୁତ କରିବ ଏବଂ ରେଳ ଭାଇଚାରାର ମଧ୍ୟରେ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ।

Leave A Reply