Odisha news

ନ୍ୟାୟ ସେତୁ ଆପ କଣ ? ଏହାଦ୍ୱାରା ଜନସାଧାରଣ କିପରି ହେବେ ଲାଭାନ୍ବିତ ?

0

ଭାରତ ସରକାର ଦେଶ ର ସାଧାରଣ ନାଗରିକଙ୍କ ପାଇଁ ନ୍ୟାୟ ସେତୁ ଆପ ଡିଜିଟାଲ ପ୍ଲାଟଫର୍ମ କାର୍ଯ୍ୟକାରୀ କରିଛନ୍ତି, ଏହା ଦେଶ ର ସାଧାରଣ ନାଗରିକ ମାନଙ୍କ ନିକଟରେ କୋର୍ଟ ର ନ୍ୟାୟ ସମ୍ବନ୍ଦୀତ ସମସ୍ତ ତଥ୍ୟ ସହଜ ରେ ପହଞ୍ଚାଇ ପାରିବ, ଏହି ଆପ ସାହାଯ୍ୟରେ ଦେଶ ର ଗରିବ ନାଗରିକ ଯିଏକି ନିୟମିତ କୋର୍ଟ ର ଦ୍ୱାରସ୍ଥ ହୋଇପାରୁ ନଥିବେ ସୁବିଧାରେ ସମସ୍ତ ତଥ୍ୟ ପାଇପାରିବେ l ଏହି ଚାଟ ବୋଟ ସାହାଯ୍ୟରେ ଓକିଲ ମାନଙ୍କର ମହଙ୍ଗା ଫିସ ଠାରୁ ରକ୍ଷା ପାଇପାରିବେ ଏବଂ କୋର୍ଟ ସମ୍ବନ୍ଧୀୟ ସମସ୍ତ ସାହାଯ୍ୟ ଫ୍ରି ରେ ପାଇପାରିବେ l

ନ୍ୟାୟ ସେତୁ ଗୋଟିଏ ଇଣ୍ଟର ଆକ୍ଟିଭ ଚାଟ ବୋଟ ଅଟେ, ସରକାର ଏହା ସେହି ଲୋକଙ୍କ ପାଇଁ ଡିଜାଇନ କରିଛନ୍ତି ଯାହାଙ୍କୁ କୋର୍ଟ ସମ୍ବନ୍ଧିତ ସେବାର ଆବଶ୍ୟକତା ରହିଛି, ଏହି ସେବା ସମ୍ପୂର୍ଣ ମାଗଣା ଅଟେ, ଆପଣ ନିଜ ହ୍ୱାଟ୍ସ ଆପ ଦ୍ୱାରା ଏହି ଫ୍ରି ସେବାର ଲାଭ ଉଠାଇ ପାରିବେ, ବର୍ତମାନ ସମ୍ପତି ବିବାଦ ହେଉ କି ଘରୋଇ ହିଂସା କିମ୍ବା ବିବାହ ବିଛେଦ ନ୍ୟାୟ ସେତୁ ଆପ ଦେଖାଇବ ରାସ୍ତା l

ନ୍ୟାୟ ସେତୁ ଆପ ର ସୁବିଧା ପାଇବା ପାଇଁ ଆପଣ ସିଧାସଳଖ ନିଜ ମୋବାଇଲ ର ହ୍ୱାଟ୍ସ ଆପ ନମ୍ବର ରୁ 7217711814 ରେ hi ଲେଖି ପଠାଇ ଦିଅନ୍ତୁ, ଏହାପରେ ଚାଟ ବୋଟ ଭେରିଫିକେସନ ପ୍ରୋସେସ ପୁରା କରାଇବ l ଏବଂ କିଛି ସାଧାରଣ ପ୍ରଶ୍ନ ପଚାରିବି l

ଯେମିତି ଭେରିଫିକେସନ ପୁରା ହେବ ୟୁଜର ପ୍ଲାଟଫର୍ମ ସହିତ ତୁରନ୍ତ ଯୋଡି ହୋଇଯିବ, ଏହାପରେ ଆପଣ ନିଜ ଅସୁବିଧା ବାଛି ପାରିବେ ତାହା ସିଭିଲ କିମ୍ବା କ୍ରିମିନାଲ ମାମଲା ହୋଇଥାଉ, ଏହି ୨୪ ଘଣ୍ଟା ଉପଲବ୍ଧ ରହିବ l ଆପଣ କୋର୍ଟ ର ଦ୍ୱାରସ୍ଥ ହେବା ପୂର୍ବରୁ ନିଜ ଅଧିକାର ବିଷୟରେ ଜାଣିପାରିବେ ଏବଂ ସଠିକ ନିଷ୍ପତି ମଧ୍ୟ ନେଇପାରିବେ l

Leave A Reply