Odisha news

ସାଇକେଲ ଯୋଗେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣରେ ବାହାରିଛନ୍ତି ବିଦ୍ୟାଧର ବଗର୍ତ୍ତୀ

0
ବାଲିଗୁଡା, ତା, ୩୧/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ବାଡେଗୁଡା ଗ୍ରାମର ଗଦାଧର ବଗର୍ତ୍ତୀ ଙ୍କ ପୁତ୍ର ବିଦ୍ୟାଧର ବଗର୍ତ୍ତୀ ସାଇକେଲ ଯୋଗେ ଭାରତ ର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣରେ ବାହାରିଛନ୍ତି l ସେ ଛତିଶଗଡ଼, ପ୍ରୟାଗରାଜ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦ୍ବାରିକା ନାଥ , କେଦାର ନାଥ, ବଦ୍ରୀନାଥ, ସିକିମ, ଆସାମ ଅଞ୍ଚଳ ରେ ଥିବା ବିଭିନ୍ନ ମନ୍ଦିର, ମଠ ଦର୍ଶନ କରିବାର ଆଶା ରଖିଛନ୍ତି । ସେ ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି ଯାତ୍ରା ଅଭିମୁଖେ ବାହାରି ପଡ଼ନ୍ତି ଓ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ଆର୍ଥିକ ଅନୁଦାନ ରେ ଖାଦ୍ୟ ପେୟ କରି ରାତ୍ରିରେ ଯେ କୌଣସି ରହଣି ସ୍ଥାନ ଦେଖି ରହନ୍ତି। ଲୋକ ମାନଙ୍କ ସାହାଯ୍ୟ ସହଯୋଗ ଦେଖି ସେ ବହୁତ ଖୁସି ଅନୁଭବ କରନ୍ତି । ତେଣୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି।
Leave A Reply