ଭାରତରେ ଇଣ୍ଟରନେଟ ସୁବିଧା ଆଜି ମଧ୍ୟ ଗୋଟିଏ କାହାଣୀ ହୋଇ ରହିଛି, ଯେଉଁଠି ସହରରେ ଫାଇବର ଲାଇନ୍ସ ଦ୍ରୁତ ବେଗରେ ଚାଲିଛି, ସେଠାରେ ଗ୍ରାମ ଗୁଡିକ ରେ ସ୍ଲୋ ନେଟୱାର୍କ ଦ୍ୱାରା ମୋବାଇଲ ଚାଲିଛି, ଲକ୍ଷ ଲକ୍ଷ ଗାଁ ସ୍ଲୋ ନେଟୱାର୍କ କୁ ନେଇ ଆଜି ମଧ୍ୟ ଚିନ୍ତାରେ, ସିଧାସଳଖ ସାଟେଲାଇଟ ରୁ ଇଣ୍ଟରନେଟ ସୁବିଧା ଦେବା ପାଇଁ ଭାରତ ଆସୁଛି ଷ୍ଟାରଲିଙ୍କ, ଏହା କୋଟିପତି ବ୍ୟବସାୟୀ ଏଲୋନ ମସ୍କ ଙ୍କ କମ୍ପାନୀ ଯାହା ଇଣ୍ଟରନେଟ ବିକ୍ରି କରିଥାଏ l
ଷ୍ଟାର ଲିଙ୍କ କେବଳ ଗୋଟିଏ ନୂଆ ସର୍ଭିସ ନୁହେଁ, ଏହା ଇଣ୍ଟରନେଟ ଯୋଗାଇବାର ଗୋଟିଏ ନୂଆ ଉପାୟ, ନିକଟରେ ଷ୍ଟାର ଲିଙ୍କ ଭାରତ ସହିତ ୱେବସାଇଡ ସହିତ ପ୍ଲାନ ଲିକ ହୋଇଛି, କିନ୍ତୁ ବର୍ତମାନ ସୁଧା ଅଫିସିଆଲ ପ୍ଲାନ ଷ୍ଟାର ଲିଙ୍କ ଆସିନାହିଁ l ଷ୍ଟାର ଲିଙ୍କ କୁ କେନ୍ଦ୍ର ରୁ ସବୁଜ ସଂକେତ ମିଳିସାରିଛି l କିନ୍ତୁ ବର୍ତମାନ ମଧ୍ୟ ଅନେକ ଆପୃଭଲସ ହୋଇନାହିଁ l ସେଥିପାଇଁ ଅଫିସିଆଲ ଅନାଉନ୍ସ ମେଣ୍ଟ କୁ ଅପେକ୍ଷା ରହିଛି l
ଷ୍ଟାର ଲିଙ୍କ ର ପ୍ରକୃତ ଶକ୍ତି ତାର ସ୍ୟାଟଲଇଟ ନେଟୱାର୍କ ଅଟେ, ଦୁନିଆର ଇଣ୍ଟରନେଟ ସର୍ଭିସ ତାର ସ୍ୟାଟଲଇଟ ଉପରେ ନିର୍ଭର କରିଥାଏ, ଯାହାକି ପୃଥିବୀ ପୃଷ୍ଠରୁ ପାଖାପାଖି ୩୬ ହଜାର କିଲୋମିଟର ଉପରେ ରହିଛି l ଏତେ ଉଚତା ରେ ଡାଟା ଯିବା ଆସିବା କରିବାରେ ସମୟ ଲାଗିଥାଏ l କିନ୍ତୁ ଷ୍ଟାର ଲିଙ୍କ ଏହାଠାରୁ ସମ୍ପୂର୍ଣ ଭିନ୍ନ l ଯାହାକି ଭାରତୀୟ କୁ ସୁବିଧାରେ ଇଣ୍ଟରନେଟ ସୁବିଧା ଯୋଗାଇ ଦେବ l