Odisha news

ଦେଶରେ ଲାଗୁ ହେଲା ନୂଆ ଲେବର କୋଡ଼ : କଣ ରହିଲା ମହିଳା ଶ୍ରମିକଙ୍କ ପାଇଁ ନୂଆ ନିୟମ

0

ମୋଦୀ ସରକାର ଶ୍ରମ ସୁଧାର କୁ ନେଇ ସବୁଠୁ ବଡ଼ ପଦକ୍ଷେପ ନେଇଛନ୍ତି, ଶ୍ରମିକ ମାନଙ୍କ ପାଇଁ ପୁରୁଣା ଶ୍ରମ ନିୟମକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେଇଛନ୍ତି l ଏବଂ ନଭେମ୍ବର ୨୧ ତାରିଖ ଠାରୁ ସାରା ଦେଶରେ ନୂଆ ଲେବର କୋଡ଼ ଲାଗୁ ହୋଇଛି, ସରକାର କହିଛନ୍ତି ଯେ ଏହି ପରିବର୍ତ୍ତନ ଆତ୍ମନିର୍ଭର ଭାରତରେ ଭାରତର ଦିଗରେ ଐତିହାସିକ ସୁଧାର ଆଣିବ, ଯାହାକି ଦେଶର ରୋଜଗାର ବ୍ୟବସ୍ଥା ଓ ଇଣ୍ଡଷ୍ଟ୍ରିଆଲ ସିଷ୍ଟମ ରେ ସୁଧାର ଆଣିବ l ଏହି ନୂଆ ନିୟମ ଦ୍ୱାରା ୪୦ କୋଟି ଶ୍ରମିକ ଲାଭାନ୍ବିତ ହେବେ ବୋଲି ଆଶା ରହିଛି l

* ନୂଆ ଲେବର କୋଡ଼ ଅନୁସାରେ ପ୍ଲାଟଫର୍ମ ୱାର୍କର ଠାରୁ ନେଇ ସମସ୍ତ ୱାର୍କରସ ମାନଙ୍କ ସୁରକ୍ଷା ବ୍ୟବସ୍ଥା ସମାନ ରହିବ l

* ନୂଆ ଲେବର କୋଡ଼ ର ନିୟମ ଅନୁସାରେ ନିଯୁକ୍ତି ପତ୍ର ଅନିର୍ବର୍ଯ୍ୟ , ନିୟୁନ ତମ ବେତନ ସାରା ଦେଶରେ ଗୋଟିଏ ରହିବ ଏବଂ ଉଚିତ ସମୟ ରେ ବେତନ ମିଳିବ l

* ୪୦ ବର୍ଷରୁ ଉର୍ଧ୍ଵ ବୟସର କର୍ମଚାରୀ ମାନଙ୍କ ପାଇଁ ବର୍ଷକୁ ଥରେ ମାତ୍ର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ଏବଂ ଖଣି, କେମିକାଲ ଓ କନଷ୍ଟ୍ରକସନ କ୍ଷେତ୍ରରେ ପୁର୍ଣ ସ୍ୱାସ୍ଥ୍ୟ ସୁରକ୍ଷା ମିଳିବ l

* ନୂଆ ଲେବର କୋଡ଼ ଅନୁସାରେ ୧ବର୍ଷ ସ୍ଥାୟୀ ଚାକିରୀ  ପରେ ଗ୍ରେଚୁଟି ମିଳିବ l ଏହା ପ୍ରାଇଭେଟ ସେକ୍ଟର ର ଲୋକଙ୍କ ପାଇଁ ମଧ୍ୟ ଲାଭ ପ୍ରଦ ହେବ l

* ନୂଆ ନିୟମ ଅନୁସାରେ ବର୍ତମାନ ମହିଳାମାନେ ସୁରକ୍ଷା ପ୍ରବନ୍ଧ ରେ ନାଇଟ ସିଫ୍ଟ କରିବେ, ସମାନ ବେତନ ଓ ସୁରକ୍ଷିତ କାର୍ଯ୍ୟସ୍ଥଳ ର ଗ୍ୟାରେଣ୍ଟି ମଧ୍ୟ ନୂଆ କୋଡ଼ ରେ ସାମିଲ ହେବ l

* ଓଲା -ଉବର ଡ୍ରାଇଭର, ଜମାଟୋ -ସ୍ବୀଗୀ ଡେ଼ଲିଭରୀ ପାର୍ଟନର, ଆପ ବେସଡ ୱାର୍କରସ ବର୍ତମାନ ସାମାଜିକ ସୁରକ୍ଷାର ଲାଭ ପାଇବେ l

* କର୍ମଚାରୀ ମାନଙ୍କୁ ବର୍ତମାନ ଓଭରଟାଇମ ପାଇଁ ଡବଲ ପଇସା ମିଲାଵ l ଏବଂ କଣ୍ଟ୍ରାକ୍ଟ ୱାର୍କରସ ଙ୍କୁ ମଧ୍ୟ ନିୟୁନତମ ବେତନ , ସାମାଜିକ ସୁରକ୍ଷା ଓ କାମର ଗ୍ୟାରେଣ୍ଟି ମିଳିବ l

* ସିଙ୍ଗଲ ଲାଇସେନ୍ସ ଓ ସିଙ୍ଗଲ ରିଟର୍ନ ସିଷ୍ଟମ ଲାଗୁ ହେବ,  ଏହା ଦ୍ୱାରା କମ୍ପାନୀ ମାନଙ୍କର ନିୟମ ର ବୋଝ କମ ହେବ ଏବଂ ଉଦ୍ୟୋଗ କ୍ଷେତ୍ର କୁ ଆରାମ ମିଳିବ l

* ନୂଆ ଲେବର କୋଡ଼ ଅନୁସାରେ କମ୍ପାନୀ ଓ ଶ୍ରମିକ ଉଭୟଙ୍କ ପାଇଁ ଅସୁବିଧାର ନୂଆ ସମାଧାନ ଆଣିବ l

ସରକାରଙ୍କ ବିଶ୍ୱାସ ରହିଛି ଯେ ନୂଆ ଲେବର କୋଡ଼ ନିୟମ ଅନୁସାରେ ୨୦୪୭ ବିକଶିତ ଭାରତର ଲକ୍ଷ ରଖି ଆଗକୁ ଆଗଉଛି l

Leave A Reply