Odisha news

ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାମରେ ଥିବା ଅଭିଯୋଗ କୁ ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ 

0
ବାଲିଗୁଡା, ତା, ୨୧/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନାମରେ କିଛି ଦିନ ତଳେ ଏକ ଲିଖିତ ଅଭିଯୋଗ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ ହୋଇଥିଲା। ଉକ୍ତ ଅଭିଯୋଗ କୁ ଆଧାର କରି ତଦନ୍ତ ପାଇଁ ଶୁକ୍ରବାର ଏକ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ଏଡିଏମ ଅକ୍ଷୟ କୁମାର ସାହୁ, ପ୍ରତିଷ୍ଠାନ ଅଧିକାରୀ ରାଜକିଶୋର ସିଂ ପ୍ରମୁଖ ଆସି ତଦନ୍ତ କରିଛନ୍ତି। ସୂଚନାନୁଯାୟୀ ସେପ୍ଟେମ୍ବର ମାସ ୨୨ ତାଗିଖ ଦିନ ସୁବର୍ଣ୍ଣଗିରି ସରପଞ୍ଚ ସୋମନାଥ ପ୍ରଧାନ ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। ଅଭିଯୋଗ ପତ୍ରରେ, ତଳ କର୍ମଚାରୀ ଓ ରୋଗୀମାନ ଙ୍କ ଠାରୁ ଟଙ୍କା ମାଗିବା, ମଦ୍ୟପାନ କରି ଘରେ ଶୋଇବା , ରାଗ ରଖି କର୍ମଚାରୀଙ୍କୁ ହଇରାଣ କରିବା, ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାସକୁ ୪ ରୁ ୫ ଦିନ ମାତ୍ର ରହୁଛନ୍ତି ବୋଲି ଅନେକ ଅଭିଯୋଗ ରହିଥିଲା। ଏହି ସବୁ ଅଭିଯୋଗ କୁ ସ୍ଥାନୀୟ ଲୋକ ଏବଂ ଆଶା କର୍ମୀ, ଏଏନଏମ ଓ ଅନ୍ୟ ସବୁ କର୍ମଚାରୀ ଖଣ୍ଡନ କରିଛନ୍ତି। ତଦନ୍ତକାରୀ ଦଳ ଶୁକ୍ରବାର ଜଣ, ଜଣ ଙ୍କୁ ଡାକି ପଚାରି ବୁଝିଥିଲେ। କିନ୍ତୁ ସୁବର୍ଣ୍ଣଗିରି ସରପଞ୍ଚ ଙ୍କୁ ଛାଡିଦେଲେ ଅନ୍ୟ ସ୍ଵାକ୍ଷର କରିଥିବା ଅଭିଯୋଗ କାରି କେହିମଧ୍ୟ ଆସିନଥିଲେ। ଏ ସମ୍ପର୍କ ରେ ଗୁଗୁରୁମାହା ସରପଞ୍ଚ ମଶେଷ କାର୍ଜିମାଝି ଓ ସୁବର୍ଣ୍ଣଗିରି ସମିତି ସଭ୍ୟା ସଞ୍ଜୁ ପ୍ରଧାନ ଙ୍କୁ ପଚାରିବାରୁ ସେମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି। କାହିଁକିନା ଆମେ ନୂତନ ବ୍ଲକ ଗଠନ କରିବାକୁ ବସିବା ସମୟରେ ଆମ ସମସ୍ତ ଙ୍କ ଦସ୍ତଖତ ନେଇଥିଲେ ଓ ଆମ ଆଜ୍ଞାତରେ ଡାକ୍ତର ଙ୍କ ବିରୋଧରେ ଲେଖି ଦେଇଥିବା ପ୍ରକାଶ କରିଛନ୍ତି ଗୁଗୁରୁମାହା ସରପଞ୍ଚ। ଡାକ୍ତର ନାମରେ ଥିବା ସମସ୍ତ ଅଭିଯୋଗ କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ସାଂସଦ ପ୍ରତିନିଧି  ସନୁ ପ୍ରଧାନ ଓ କୋଟଗଡ଼ ଅଞ୍ଚଳବାସୀ ଭିତ୍ତି ହୀନ ବୋଲି କହିଛନ୍ତି। ଆଶା, ଏଏନଏମ, ଷ୍ଟାପନର୍ସ, ନର୍ସିଙ୍ଗ ଅଫିସର, ଡାକ୍ତର ଓ ସମସ୍ତ ହସ୍ପିଟାଲ କର୍ମଚାରୀ ସମସ୍ତେ ଡାକ୍ତର ଭଗବାନ ସୁରେନ ଇନଚାର୍ଜ ହିସାବରେ ଭଲ ଥିବା କହୁଥିବା ବେଳେ ତଦନ୍ତ କାରୀ ଟିମ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Leave A Reply