Odisha news

ପର୍ଯ୍ୟଟକ ମାନଙ୍କ ପାଇଁ ଦାରିଙ୍ଗବାଡି ରେ ଖୋଲିଲା ଇକୋ ରିଟ୍ରିଟ୍ 

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ୬ଟି ଇକୋ ରିଟ୍ରିଟ୍ ର ଶୁଭ ଉଦଘାଟନ କରିଥିବାବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ମଧ୍ୟ ଇକୋ ରିଟ୍ରିଟ୍ ର ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସରରେ ଦାରିଙ୍ଗବାଡି ଇକୋ ରିଟ୍ରିଟ ପରିସର ମଧ୍ୟରେ ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲା ପରିଷଦର ଅଧ୍ୟକ୍ଷା ନନ୍ଦିନୀ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ଏମପି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦୁନୀ ମଲିକ ପରିଚାଳନା କରିଥିଲେ। ଏହି ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ତଥା ରାଜ୍ଯ ବାହାରେ ବହୁ ପରିଚିତ ହୋଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ନିୟମିତ ଶହ ଶହ ପର୍ଯ୍ୟଟକ ମାନେ ଦାରିଙ୍ଗବାଡିକୁ ଆସିଥାନ୍ତି I ଏହି ଇକୋ ରିଟ୍ରିଟ୍ ୯୦ ଦିନ ପାଇଁ ଖୋଲା ଯାଇଥିବା ବେଳେ ନିୟମିତ ଆସୁଥିବା ପର୍ଯ୍ୟଟକ ମାନଙ୍କ ସେବା  ଓ ସେମାନଙ୍କ ରହିବା ଖାଇବାର ସମସ୍ତ ବ୍ୟବସ୍ଥା ରହିଛି I ଖାଲି ଦାରିଙ୍ଗବାଡି ନୁହେଁ, କନ୍ଧମାଳ ଜିଲ୍ଲା ରେ ଏପରି ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି, ସେଥି ମଧ୍ୟରେ କୋଟଗଡ ବ୍ଲକ ରେ ଲୁଦୁ ଜଳପ୍ରପାତ, ତୁମୁଡିବନ୍ଧ ବ୍ଲକ ରେ ବେଲଘର ର କାଠ ବଙ୍ଗଳା, ବାଲିଗୁଡା ବ୍ଲକ ରେ ଝୁଲା କାଠ ପୋଲ ଭଳି ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ରେ ଘନ କୁହୁଡି ସହ ପ୍ରବଳ ଶୀତ କୁ ଉପଭୋଗ କରିବା ପାଇଁ ବହୁ ଦର୍ଶନୀୟ ସ୍ଥାନ ରହିଛି l ଏଣୁ ଦାରିଙ୍ଗବାଡିର ଇକୋ ରିଟ୍ରିଟ୍ କୁ ଉଦଘାଟନ ଦିନରୁ ହିଁ ପର୍ଯ୍ୟଟକ ଙ୍କ ବୁଲିବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡିକ ରେ ଭିଡ଼ ଜମିବାରେ ଲାଗିଛି l
Leave A Reply