ବାଲିଗୁଡା,୧୩/୧୧ : ବାଲିଗୁଡା ଉପଖଣ୍ଡ ପୋଲିସ ଆନୁକୁଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ସହ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ ।ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଆଦିବାସୀ ମହାବିଦ୍ୟାଳୟର ଅଧକ୍ଷ ଲକ୍ଷ୍ମଣ ପାଳ,ଆଇଆଇସି ସମ୍ବିତସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ଏହାକୁ ନେଇ ସଚେନତା ବୈଠକହୋଇଥିଲା ଏଥିରେ ଡିଜିଟାଲ ଠକେଇକିଭଳି ହେଉଛନ୍ତି ଓ ଓଟିପିକାହାକୁଦିଅନ୍ତୁ ନାହିଁ,ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନର ନେବାକୁ ପରାମର୍ଶ ଦେଇଥିଲେ ଓ ସାଇବର ଠକେଇ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାକକରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।