Odisha news

ଜନଜାତି ସମାଜର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ : ସାଂସଦ ଶ୍ରୀ ଅନନ୍ତ ନାୟକ

0

 କର୍ମଶାଳାରେ ପରିଯୋଜନାର ପରିକଳ୍ପନା, ପ୍ରସ୍ତୁତି, ଅନୁଭବ, ଜନଜାତି ବିକାଶ ପାଇଁ ମୋଦି ସରକାରଙ୍କ ସଂକଳ୍ପ, ବିକାଶ ପଥରେ ଭାରତୀୟ ସଂକଳ୍ପନା ସଂପର୍କରେ ବିସ୍ତୃତ ଆଲୋଚନା
 “ସ୍ୱଇଚ୍ଛାରେ ନିଜ ଅଂଚଳର ବିକାଶରେ ଭାଗିଦାରୀ ହୋଇପାରିବେ ଆଦିବାସୀ” -ପରିଯୋଜନାର ମୂଳ ଉଦ୍ଦେଶ୍ୟ
 ଜନଜାତି ସାଂସଦ, ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ୨୦ ରୁ ୨୫ ଗ୍ରାମକୁ ପୈାଷ୍ୟ ଭାବେ ଗ୍ରହଣ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ
 ପୂର୍ବ ସରକାର ଅମଳରେ ଜନଜାତି ସମାଜର ଆବଶ୍ୟକତାକୁ ଅଣାଦେଖା କରି ବିଦେଶୀ ଢ଼ାଚାଂରେ ସେମାନଙ୍କ ଉପରେ ବିଭିନ୍ନ ଯୋଜନା ଥୋପି ଦିଆଯାଇଥିଲା
 ପ୍ରଶାସନ, ଜନପ୍ରିତିନିଧି, ସ୍ୱେଚ୍ଛାସେବୀ ସଂଗଠନକୁ ସାଙ୍ଗରେ ନେଇ ଜନଜାତିର ବିକାଶ କରିବା ପାଇଁ ସାମୂହିକ ଭାବେ ପ୍ରୟାସ କରିବ ବିଜେପି
 ଜନଜାତି ସଂଙ୍କୁଳ ବିକାଶ ପରିଯୋଜନା ଆଧାରିତ ପ୍ରଦର୍ଶନୀ ଉଦଘାଟିତ
 ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି. ଏଲ୍ ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସମୀର ଓରାମ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉଷେଣ୍ଡି, ୟୋଜକ ଅଧ୍ୟକ୍ଷ ଶ୍ରୀ ଗଜାନନ୍ ଡାଙ୍ଗେ ଓ ଉପାଧ୍ୟକ୍ଷ ଶ୍ରୀ କପିଳ ସହସ୍ରବୁଦ୍ଧେ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ

ଭୁବନେଶ୍ୱର, ତା.୦୯/୧୦: ଭାରତରେ ଜନଜାତି ସମାଜର ସାମାଜିକ ସ୍ଥିତି ବହୁ ବିଶାଳ ଓ ଗୌରବମୟ । ବ୍ରିଟିଶମାନେ ଆମ ଦେଶକୁ ବଦ୍‌ନାମ କରିବା ପାଇଁ ଜନଜାତି ସମାଜର ଶିକ୍ଷା ଓ ବିକାଶ ପାଇଁ ନୂଆ ଢ଼ାଚାଂ ତିଆରି କରିଥିଲେ । ଦେଶ ସ୍ୱାଧୀନତା ପରେ ଜନଜାତି ସମାଜର ଉନ୍ନତି ପାଇଁ କୌଣସି କାର୍ଯ୍ୟ କରାଯାଇନଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଜନଜାତି ସମାଜର ଆବଶ୍ୟକତାକୁ ଅଣାଦେଖା କରି ବିଦେଶୀ ଢ଼ାଚାଂରେ ସେମାନଙ୍କ ଉପରେ ବିଭିନ୍ନ ଯୋଜନା ଜୋର ଜବରଦସ୍ତ କରି ଥୋପି ଦେଇଥିଲେ । ମାତ୍ର ଜନଜାତି ସମାଜ କ’ଣ ଚାହୁଁଚି ତା’ ଉପରେ ଧ୍ୟାନ ଦିଆଯାଇ ନ ଥିଲା । ଫଳରେ ଏହି ସମାଜର ବିକାଶ ବାଧାପାପ୍ତ ହୋଇଥିଲା । ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏ ବିଷୟରେ ଗହନ ଚିନ୍ତା କରି ୫ ବର୍ଷ ପୂର୍ବେ ଜନଜାତି ସଙ୍କୁଳ ବିକାଶ ପରିଯୋଜନା ଆରମ୍ଭ କରିଥିଲେ । ଜନଜାତି ସମାଜର ସାମଗ୍ରିକ ଓ ସନ୍ତୁଳିତ ବିକାଶ ସମେତ ଯେପରି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ନ ଯିବେ ତାହା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଦିନିକିଆ ଜନଜାତି ସଙ୍କୁଳ ବିକାଶ ପରିଯୋଜନା କର୍ମଶାଳା ଆୟୋଜନ କରାଯାଇଛି ବୋଲି ସାଂସଦ ଶ୍ରୀ ଅନନ୍ତ ନାୟକ ସୁଚନା ଦେଇଛନ୍ତି ।

କର୍ମଶାଳା ସଂପର୍କରେ ସୁଚନା ଦେଇ ଶ୍ରୀ ନାୟକ କହିଛନ୍ତି ଯେ, ଏହି ଯୋଜନାରେ ଜନଜାତି ସମାଜ ଯେପରି ନିଜ ଅଂଚଳରେ କାମ ପାଇପାରିବେ, ସେମାନେ ସ୍ୱଇଚ୍ଛାରେ ନିଜ ଅଂଚଳର ବିକାଶରେ ଭାଗିଦାରୀ ହୋଇପାରିବେ, ସେନେଇ ବିଜେପି ସରକାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଯୋଜନାରେ କେବଳ ସରକାରଙ୍କ ଉପରେ ନିର୍ଭର ନ କରି ଭାରତର ଜଣେ ନାଗରିକ ହିସାବରେ ପ୍ରଶାସନ, ଜନପ୍ରିତିନିଧି, ସ୍ୱେଚ୍ଛାସେବୀ ସଂଗଠନକୁ ସାଙ୍ଗରେ ନେଇ ଜନଜାତିର ବିକାଶ କରିବା ପାଇଁ ସାମୂହିକ ଭାବେ ପ୍ରୟାସ କରାଯିବ । ଏନେଇ ଆଦିବାସୀବହୁଳ ଗାଁକୁ ଚୟନ କରାଯାଇ ତାର ମୁଖ୍ୟ ସମସ୍ୟାର ସମାଧାନ କରି ଉକ୍ତ ଅଂଚଳର ବିକାଶ କରାଯିବ । ପୂର୍ବ ସରକାର ଭଳି ସେମାନଙ୍କ ଉପରେ ଯୋଜନା ଥୋପା ନ ଯାଇ ଆଦିବାସୀମାନଙ୍କ ଇଚ୍ଛା ଅନୁସାରେ ଉକ୍ତ ଅଂଚଳର କିପରି ବିକାଶ କାର୍ଯ୍ୟ କରାଯିବ ସେନେଇ କର୍ମଶାଳାରେ ବିଚାରବିମର୍ଶ କରାଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନ ତଥା ବ୍ୟକ୍ତିଗତ ଭାବେ ପ୍ରଶାସନ ସହ ମିଶି ଏନେଇ ମିଳିତ ପ୍ରୟାସ କରାଯିବ । ଜନଜାତି ସାଂସଦ, ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ୨୦ ରୁ ୨୫ ଗ୍ରାମକୁ ପୈାଷ୍ୟ ଭାବେ ଗ୍ରହଣ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ବିକଶିତ ଭାରତର ଯେଉଁ ସ୍ୱପ୍ନ ଦେଖିଛନ୍ତି, ଏହା ଦ୍ୱାରା ଜନଜାତି ସମ୍ପ୍ରଦାୟର ସାମଗ୍ରିକ ଓ ସନ୍ତୁଳିତ ବିକାଶ ସମ୍ଭବ ହୋଇପାରିବ ବୋଲି ସାଂସଦ ଶ୍ରୀ ନାୟକ କହିଛନ୍ତି ।

ଏହି କର୍ମଶାଳା ପୂର୍ବରୁ ଭଗବାନ ବିର୍ସା ମୁଣ୍ଡା ଏବଂ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖଙ୍କ ସମେତ ଅନେକ ବିଧାୟକ ଓ ଦଳୀୟ ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ଜନଜାତି ସଂଙ୍କୁଳ ବିକାଶ ପରିଯୋଜନା ଆଧାରିତ ପ୍ରଦର୍ଶନୀକୁ ଉଦଘାଟନ ହୋଇଥିଲା ।

ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି. ଏଲ୍ ସନ୍ତୋଷ, ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ସମୀର ଓରାମ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉଷେଣ୍ଡି, ‘ୟୋଜକ’ ଅଧ୍ୟକ୍ଷ ଶ୍ରୀ ଗଜାନନ୍ ଡାଙ୍ଗେ ଓ ଉପାଧ୍ୟକ୍ଷ ଶ୍ରୀ କପିଳ ସହସ୍ରବୁଦ୍ଧେ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇ ପରିଯୋଜନାର ପରିକଳ୍ପନା, ପ୍ରସ୍ତୁତି, ଅନୁଭବ, ଜନଜାତି ବିକାଶ ପାଇଁ ମୋଦି ସରକାରର ସଂକଳ୍ପ, ବିକାଶ ପଥରେ ଭାରତୀୟ ସଂକଳ୍ପନା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ସାଂସଦ, ବିଧାୟକ, ପଦାଧିକାରୀଗଣ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ବଳଭଦ୍ର ମାଝୀ କର୍ମଶାଳାକୁ ସଂଯୋଜନା କରିଥିଲେ ।

Leave A Reply