ରାଜ୍ୟ କାର୍ଯ୍ୟାଳୟରେ ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ପାଳିତ , ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି ମହର୍ଷି ବାଲ୍ମିକୀ : ମନମୋହନ ସାମଲ
ରାମାୟଣ ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ ରାମାୟଣ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ବାଲ୍ମିକୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ
ଭୁବନେଶ୍ୱର,ତା.୦୭/୧୦: ଆଜି ହେଉଛି ଆଦି କବି ମହର୍ଷି ବାଲି୍ମକୀଙ୍କ ଜନ୍ମଜୟନ୍ତୀ । ମହର୍ଷୀ ବାଲ୍ମିକୀଙ୍କ ଦ୍ୱାରା ରଚନା କରାଯାଇଥିବା ମହାନ୍ ଗ୍ରନ୍ଥ ରାମାୟଣ କେବଳ ଏକ ବିଷୟ ନୁହେଁ, ଏହା ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ । ଏହା ହେଉଛି ଆମ ସମସ୍ତ ଜୀବନଧାରାର ଅଂଶବିଶେଷ । ସମାଜରେ ଯେତେବେଳେ କୌଣସି ବିଷୟକୁ ନେଇ ନିରାଶ ଭାବେ ଆସେ ସେତେବେଳେ ଆମେ ରାମାୟଣର କଥା ମନେପକାଉ । ରାମାୟଣ ହେଉଛି ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆଦି କବି ମହର୍ଷି ବାଲି୍ମକୀଙ୍କ ଜୟନ୍ତ୍ରୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି ଯେ, ରାମ ରାଜ୍ୟ କିପରି ଆସିବ ସେବିଷୟରେ ମହର୍ଷି ବାଲ୍ମକୀ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ତ୍ୟାଗ, ନିଷ୍ଠା, କଠିନ ପରିଶ୍ରମର ପରିସୀମା କେତେ, ସମାଜରେ ଯିଏ ସୁଧାର କରିବ ତାର କର୍ତବ୍ୟ କ’ଣ ସେ ବିଷୟରେ ମହର୍ଷି ବାଲ୍ମିକୀ ରାମାୟଣ ମାଧ୍ୟମରେ ଉଲ୍ଲେଖ କରି ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି । ଆଜି ମନୁଷ୍ୟ ନିଜର ଆଶା ପୂରଣ କରି ନ ପାରିଲେ ଦୁଃଖୀ ହୋଇଯାଉଛି । ନକରାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ସକରାତ୍ମକ ଚିନ୍ତା କଲେ ନିରାଶ ଭାବ ଦୂରହୋଇପାରିବ ବୋଲି ମହର୍ଷି ବାଲ୍ମିକୀ ଶିକ୍ଷା ଦେଇଛନ୍ତି । ସେ ସମାଜ ପାଇଁ ଯାହା ଦେଇଛନ୍ତି ତାହା ଯୁଗଯୁଗ ପାଇଁ ଲିପିବଦ୍ଧ ହୋଇରହିବ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଅନ୍ୟମାନଙ୍କ ବିଷୟରେ ଏହି କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଛବି ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ବରିଷ୍ଠ ନେତା ରଞ୍ଜନ ପଟେଲ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।