Odisha news

ୟୁଏଇରେ ଖେଳାଯିବ ଏସିଆ କପ୍ : ଏସିଆ କପରେ ମୋଟ ୮ଟି ଦେଶ ଅଂଶଗ୍ରହଣ କରିବେ

0

ମୁମ୍ବାଇ : ସେପ୍ଚେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ୍ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବାକୁ ଥିଲା, କିନ୍ତୁ ପାକିସ୍ତାନର ଆପତ୍ତିକୁ ଦୃଷ୍ଟିରେ ରଖି ଏହାକୁ ୟୁଏଇରେ କରାଯିବାକୁ ଏସୀୟ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ୟୁଏଇରେ ଖେଳ ହେଉଥିଲେ ବି ଭାରତ ଏହାର ଆୟୋଜକ ଦେଶ ରହିବ ।

ଏସିଆ କପରେ ମୋଟ ୮ଟି ଦେଶ- ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ହଂକଂ, ୟୁଏଇ ଏବଂ ଓମାନ ଅଂଶଗ୍ରହଣ କରିବେ । ମ୍ୟାଚଗୁଡ଼ିକ ଟି-୨୦ ଫର୍ମାଟରେ ଖେଳାଯିବ । ମୋଟ ୧୯ଟି ମ୍ୟାଚ ଖେଳାଯିବ ।

Leave A Reply