Odisha news

ପୁଅ ର ସମ୍ପତି ରେ ମା ର ହକ ନା ବୋହୁ ର ହକ ? କଣ ରହିଛି ଭାରତୀୟ ନ୍ୟାୟିକ ବ୍ୟବସ୍ଥା ରେ ନିୟମ ?

0

ଆମ ଭାରତୀୟ ସମାଜରେ ମା ହିଁ ସର୍ବୋଚ୍ଚ ସ୍ଥାନ ପ୍ରାପ୍ତ କରିଥାଏ, ନିଜ ପିଲାଙ୍କ ପାଳନ ପୋଷଣ ପାଇଁ ନିଜର ସମ୍ପୂର୍ଣ ଜୀବନ ଉତ୍ସର୍ଗୀକୃତ କରିଦେଇ ଥାଏ, କିନ୍ତୁ ଯେତେବେଳେ କଥା ସମ୍ପତି ର ହୋଇଥାଏ ସେତେବେଳେ ସମସ୍ତେ ମା କୁ ଅଣଦେଖା କରି ଦିଅନ୍ତି l ବିଶେଷ ଭାବରେ ପୁଅ ର ବିବାହ ପରେ ଏହି ପ୍ରଶ୍ନ ଉଠିଥାଏ ଯେ ପୁଅ ର ସମ୍ପତି ର ମାଲିକାଣି , କଁ ମା ର ପୁଅ ର ସମ୍ପତି ଉପରେ କିଛି ଅଧିକାର ନାହିଁ ?

ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ ଅନୁସାରେ, ମା କୁ ପୁଅ ସମ୍ପତି ର ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଇଛି, ଏହାର ଅର୍ଥ ଯଦି ପୁଅ କୌଣସି କାଗଜପତ୍ର ନକରି ମରିଯାଏ, ତଥାପି ତା ସମ୍ପତି ରେ ମା ସମାନ ହକଦାର ହୋଇଥାଏ l ଏହି ନିୟମ କେବଳ ଅବିବାହିତ ପୁଅ ଉପରେ ନୁହେଁ, ବିବାହିତ ପୁଅ ର ସମ୍ପତି ଉପରେ ମଧ୍ୟ ଲାଗିଥାଏ l ଯଦି ପୁଅ ଅବିବାହିତ ଥାଏ ଓ ତାର ମୃତ୍ୟୁ ହୋଇଯାଏ ତେବେ ସର୍ବ ପ୍ରଥମେ ତାର ସମ୍ପତି କୁ ମିଳିଥାଏ l ଏହି ସ୍ଥିତି ରେ ମା ପ୍ରଥମ ଦାବିଦାର ହୋଇଥାଏ l

ଯଦି ମା ଜୀବିତ ରହି ନଥାଏ, ତେବେ ସମ୍ପତି ର ଅଧିକାର ପୁଅ କୁ ମିଳିଥାଏ, ଯଦି ମାତା -ପିତା ଉଭୟ ନଥାଆନ୍ତି ତେବେ ଭାଇ ଭଉଣୀ, ଭଣଜା ଇତ୍ୟାଦି ଙ୍କୁ ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଇଥାଏ l

ଯଦି ପୁଅ ବିବାହିତ ଅଟେ ଓ ଏବଂ ସେ ନିଜ ସମ୍ପତି ର ଉତ୍ତରାଧିକାରୀ କରିନାହିଁ, ତେବେ ତାର ମୃତ୍ୟୁ ପରେ ତାର ସମ୍ପତି ୩ଭାଗ ହୋଇଥାଏ, ତାହା ମା, ପତ୍ନୀ ଓ ମୃତ ପୁତ୍ର ର ସନ୍ତାନ ମାନଙ୍କୁ ମିଳିଥାଏ , ଗୋଟିଏ ମା ପୁଅ ସମ୍ପତି ର ଭାଗ ପାଇବା ପାଇଁ ସମ୍ପୂର୍ଣ ଯୋଗ୍ୟ l ଯଦି କୌଣସି ପୁଅ ତାର ଉଇଲ ରେ ମା ର ନାମ ରଖିନାହିଁ, ତେବେ ମା କୋର୍ଟ ର ଦ୍ୱାରସ୍ଥ ହୋଇ ନିଜ ହକ ପାଇପାରିବ l

Leave A Reply