ନୂଆପଡ଼ା -୨୫/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସ୍ଥିତ ନବୋଦିତ୍ୟ କଲେଜ ରେ ସମର କୋର୍ସ ଶିକ୍ଷା ସହ ଛାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ତାଲିମ ଦିଆଯାଉଛି। କରାଟେ ପ୍ରଶିକ୍ଷଣ ଦକ୍ଷ କୋଚଙ୍କ ଦ୍ଵାରା ଦିଆଯାଉଛି। ବିପଦ ସମୟ ରେ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ଦିଆ ଯାଉଛି। ଏ ଅବସର ପ୍ରଶିକ୍ଷଣ ର ପ୍ରଥମ ଦିନ ରେ କଲେଜ ଅଧ୍ୟକ୍ଷ ମଧୁସୁଦନ ମୁଣ୍ଡ ଙ୍କ ସଭାପତିତ୍ବ ରେ ମୁଖ୍ୟ ବକ୍ତା ଏକାଡେମିକ ଡାଇରେକ୍ଟର ଚନ୍ଦ୍ର ଶେଖର ଚନ୍ଦ୍ରାକର, ସମ୍ମାନୀତ ଅତିଥି ସାମ୍ବାଦିକ ସୁରେନ୍ଦ୍ର ତିୱାରୀ, ସୁରେଶ ଦଣ୍ଡସେନା, ଆଶିକ ରହେମାନ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ତାଲିମ ଜୀବନ ରେ କାହିଁକି ଆବଶ୍ୟକ ସେ ଉପରେ ବିଶଦ ରୂପେ ବୁଝାଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନବୋଦିତ୍ୟ କଲେଜ ଅଧ୍ୟକ୍ଷ ଶ୍ରୀ ମୁଣ୍ଡ ପ୍ରଥମେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ତିୱାରୀ ଓ ସୁରେଶ ଦଣ୍ଡସେନାଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ମାନୀତ କରିଥିଲେ।ଉପରୋକ୍ତ ୧୦ ଦିବସୀୟ ଶିବିର କୁ ଦକ୍ଷ କରାଟେ କୋଚ କାବୁଲି ପଟ୍ଟନାୟକ ପ୍ରଶିକ୍ଷଣ ଦେଉଛନ୍ତି। ଏ ଅବସର ରେ କଲେଜ ର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।ଉପରୋକ୍ତ ସଭା ରେ ମଞ୍ଚ ପରିଚାଳନା ନବୋଦିତ୍ୟ କଲେଜ ଏଓ ଏନ.ପି.ଏସ. ଗାନ୍ଧୀ କରି ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ ।